ପ୍ରିୟଦର୍ଶିନୀ ସ୍ମୃତି ଉଚ୍ଚ ବାଳିକା ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ପ୍ରିୟଦର୍ଶିନୀ ସ୍ମୃତି ଉଚ୍ଚ ବାଳିକା ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ମହାନ୍ତି କ୍ରୀଡା ପତାକା ଉତ୍ତୋଳନ କରି କ୍ରୀଡାର ଉଦଘାଟନ କରିଥିଲେ । ବିଦ୍ୟାଳୟ ର କ୍ରୀଡା ଶିକ୍ଷୟିତ୍ରୀ ଶ୍ରୀମତୀ ଶୁଭସ୍ମିତା ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଦୁଇ ଦିନ ଧରି ଛାତ୍ରୀମାନେ ବିଭିନ୍ନ ପ୍ରକାରର ଖେଳରେ ଅଂଶଗ୍ରହଣ କରିଥିଲେ । କୃତି ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ ସଭାର ଆୟୋଜନ କରାଯାଇ ପୁରସ୍କୃତ କରାଯାଇଛି । ନବମ ଶ୍ରେଣୀର ଛାତ୍ରୀ ଆଦ୍ୟାଶା ଦଳବେହେରା ଏବର୍ଷର ଶ୍ରେଷ୍ଠ ଖେଳାଳି ଭାବରେ ପୁରସ୍କୃତ ହୋଇଛନ୍ତି । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମନୋଜ କୁମାର ଚୌଧୁରୀ, ଶିକ୍ଷକ ପ୍ରଦୀପ କୁମାର ମାଝି , ମାନସ କୁମାର ବେହେରା, ଶିକ୍ଷୟିତ୍ରୀ ମମତା ମଂଜରୀ ଦେଇ ଓ ସ୍ୱର୍ଣ୍ଣଲତା ରାଉତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *