ସତ୍ୟଭାମା – ଚୌଧୁରୀ ସ୍ମାରକୀ ମେମୋରିଆଲ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ – ସେମି ଫାଇନାଲ ଲାଇନ ଅପ ଚୂଡାନ୍ତ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : କଳାପଥର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଜମୁଛି ଦର୍ଶକଙ୍କ ଭିଡ ! ଅଞ୍ଚଳର ଅଗ୍ରଣୀ କ୍ରୀଡା ସଂଗଠନ ଜୀବନ ଜ୍ୟୋତି କ୍ରିକେଟ କ୍ଲବ ଦ୍ୱାରା ଆୟୋଜିତ ହେଉଛି – ପ୍ରଥମ ସତ୍ୟଭାମା – ଚୌଧୁରୀ ସ୍ମାରକୀ ମେମୋରିଆଲ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ! ପ୍ରଥମ ଦିବସରେ ପିୟାଇସି ଅଟ୍ରି ଓ ଭାଲିଆବାଡି ମଧ୍ୟରେ ମୁକାବିଲା ହୋଇଥିବା ବେଳେ , ଦ୍ୱିତୀୟ ଦିବସରେ ପରସ୍ପରକୁ ଭେଟିଥିଲେ ରାଇଜିଙ୍ଗ ଷ୍ଟାର କୁମାରବସ୍ତ ଓ ଢେ଼ଙ୍କାନାଳ ଟିମ ! ସେହିପରି ତୃତୀୟ ଦିବସରେ କଳିଙ୍ଗ ଟାଇଗର ଖୋର୍ଦ୍ଧା ଏବଂ ମଞ୍ଚେଶ୍ୱର କ୍ରିକେଟ କ୍ଲବ ମଧ୍ୟରେ ମଧ୍ୟରେ ହୋଇଥିଲା ଜୋରଦାର ଲଢେଇ । ଚତୁର୍ଥ ଦିବସ ତଥା ଶେଷ ଲିଗ ମ୍ୟାଚ ରେ ଆୟୋଜକ ଜୀବନ ଜ୍ୟୋତି କ୍ରିକେଟ କ୍ଲବ ଓ ଡମଣଗଡ଼ିଆ ନରସିଂହପୁର ମଧ୍ୟରେ ମ୍ୟାଚ ହୋଇଥିଲା ! ଟୁର୍ଣ୍ଣାମେଣ୍ଟ ର ସେମି ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇସାରିଛି ! ପ୍ରଥମ ସେମିରେ ଭାଲିଆବାଡି ଓ ରାଇଜିଙ୍ଗ ଷ୍ଟାର କୁମାରବସ୍ତ ଏବଂ ଦ୍ଵିତୀୟ ସେମିରେ ମଞ୍ଚେଶ୍ୱର କ୍ରିକେଟ କ୍ଲବ ଓ ଡମଣଗଡ଼ିଆ ନରସିଂହପୁର ପରସ୍ପରକୁ ଭେଟିବେ !

Leave a Reply

Your email address will not be published. Required fields are marked *