ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ 2024 ଓ ପଲ୍ଲୀଶ୍ରୀ ମେଳା ର ପଞ୍ଚମ ସନ୍ଧ୍ୟା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ 2024 ଓ ପଲ୍ଲୀ ଶ୍ରୀ ମେଳା ଆୟୋଜିତ ହୋଇଯାଇଛି। ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ,ଗଜପତି ଆରକ୍ଷୀ ଅଧିକ୍ଷକ ଜତୀନ୍ଦ୍ର କୁମାର ପଣ୍ଡା,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଡକ୍ଟର ଗୁଣନିଧି ନାୟକ, ଅଂଶୁମାନ ମହାପାତ୍ର ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା,ପୃଥୀରାଜ୍ ମଣ୍ଡଳ ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଅନୁପ ପଣ୍ଡା ଉପ ଜିଲ୍ଲାପାଳ, ରାଜେନ୍ଦ୍ର ମିଞ୍ଜ ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ମଞ୍ଚାସିନ ଥିଲେ।ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ସ୍ମାରକୀ ଦେଇ ସ୍ୱାଗତ କରାଯାଇଥିଲା।ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାର ମାନେ ଆସି ନିଜର କଳା ପରିବେଷଣ କରିଥିଲେ।ଗଜପତିର କଳା,ସଂସ୍କୃତିକୁ ଉଦଯିବିତ କରି ଲୋକଲୋଚନକୁ ଆଣିବା ହେଉଛି ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ।ଜିଲ୍ଲାର OCS ରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଥିବା ଛାତ୍ର ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।

Leave a Reply

Your email address will not be published. Required fields are marked *