ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ମଙ୍ଗଳପୁର ଅଞ୍ଚଳରେ ବିଧବା ନିରାଶ୍ରୟ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୁଲିସ . ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ଅଞ୍ଚଳରେ ବିଧବା ନିରାଶ୍ରୟ ମହିଳାଙ୍କୁ ମଙ୍ଗଳପୁର ଅଞ୍ଚଳର ବିଜୟ ମହାନ୍ତ ରବିବାର ରାତ୍ରରେ ଯୋର ଜବରଦସ୍ତ ଘରେ ପଶି ଦୁଷ୍କର୍ମ କରିଥିଲା । ଏହାକୁ ନେଇ ପୀଡିତା ସୁକିନ୍ଦା ଥାନାରେ ସୋମବାର ଦିନ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ସୁକିନ୍ଦା ପୋଲିସ ଏକ ମାମଲା ରୁଜୁ କରି ମଙ୍ଗଳବାର ଦିନ ପୀଡିତା ମହିଳାଙ୍କୁ ଡାକ୍ତରୀ ମାଇନା ପାଇଁ ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା . ସୁକିନ୍ଦା ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଘଟଣାରେ ସଂପୃକ୍ତ ବିଜୟ ମହାନ୍ତଙ୍କୁ ଗିରଫ କରି ଶୁକ୍ରବାର ଅପରାହ୍ନ ସମୟରେ କୋର୍ଟ ଚାଲାଣ କରିଅଛି ।
ବିଧବା ନିରାଶ୍ରୟ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୋର୍ଟ ଚାଲାଣ !!!

