ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ମଣ୍ଡଳ ସ୍ତରୀୟ ସୁନିଶ୍ଚିତ କାର୍ଯ୍ୟକ୍ରମ ୨୦୨୫ ସରକାରୀ ଉଚ୍ଚ ବିଦ୍ୟାଳୟ ବାଣପୁର-୧ ପ୍ରାଙ୍ଗଣରେ, ବାଣପୁର ମଣ୍ଡଳର ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଶ୍ରୀମତୀ କେ. ବିଜୟଲକ୍ଷ୍ମୀ ଙ୍କ ଅଧ୍ୟକ୍ଷତାରେ ଆୟଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବାଣପୁର ବ୍ଲକ ର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ବିଷୟଗତ ଦକ୍ଷତା ସମ୍ପନ୍ନ ୨୦ ଜଣ ଆର୍ ପି ଏବଂ ଆସନ୍ତା ମାଟ୍ରିକ ବୋର୍ଡ ପରୀକ୍ଷାରେ ଏ ୱାନ୍ ପାଇଁ ଆଶାୟୀ ଥିବା ବିଭିନ୍ନ ବିଦ୍ୟାଳୟର ୪୦ ଜଣ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ପ୍ରଥମେ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ପଦ୍ମଚରଣ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ହିମାଂଶୁ ପତିଙ୍କ ତତ୍ଵାବଧାନରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ପ୍ରତ୍ୟେକ ଆର୍ ପି ପରୀକ୍ଷା ଉପଯୋଗୀ ବିଭିନ୍ନ ବିଷୟ ଉପରେ ସେମାନଙ୍କର ମତାମତ ଦେଇଥିଲେ। ଛାତ୍ର ଛାତ୍ରୀ ମାନେ ମଧ୍ୟ ପରୀକ୍ଷାଗତ ଦ୍ଵନ୍ଦ ସମାଧାନ ନିମନ୍ତେ ଆବଶ୍ୟକ ପ୍ରଶ୍ନ ପଚାରିଥିଲେ। ସମୟର ସଦୁପଯୋଗ କରି ସମୟ ଅନୁସାରେ ଚାପମୁକ୍ତ ହୋଇ ଉତ୍ତର ଲେଖିବା ପାଇଁ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରାଗଲା। ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଧନ୍ୟବାଦ ଅର୍ପଣ କରାଯାଇ କାର୍ଯ୍ୟକ୍ରମକୁ ସମାପନ କରାଗଲା।