ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସଂସ୍କାରିତ ମାନବ ସମାଜ ଗଠନ ନିମନ୍ତେ ସଂସ୍କୃତ ଓ ସଂସ୍କୃତିଗତ ଶିକ୍ଷାର ଆବଶ୍ୟକତା ରହିଛି ବୋଲି ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବାବଲପୁର ସ୍ଥିତ ସଂସ୍କୃତ ଶିକ୍ଷାବିତ୍ ପଣ୍ଡିତ ଗୁଣନିଧି ଦାଶଙ୍କ ଦ୍ୱାଦଶାହ ସ୍ମୃତି ସଭାରେ ଅନେକ ସ୍ମୃତିଚାରକ ମତବ୍ୟକ୍ତ କରିଥିଲେ। ପଣ୍ଡିତ ଗୁଣନିଧି ଦାଶଙ୍କ କନିଷ୍ଠ ପୁତ୍ର ଡଃ ଚିନ୍ମୟ ଦାଶଙ୍କ ଆବାହକତ୍ୱରେ ଆୟୋଜିତ ଏହି ସ୍ମୃତି ଚାରଣ ସଭାରେ ସ୍ମୃତିଚାରକ ଭାବରେ ଜଗତସିଂହପୁର ଜିଲ୍ଲା ଗ୍ରାମୀଣ ବିକାଶ ପ୍ରକଳ୍ପର ନିର୍ଦ୍ଦେଶକ ପଣ୍ଡିତ ବିନୋଦ ବିହାରୀ ନାୟକ, ସିଂହପୁର ସ୍ଥିତ ଖରସ୍ରୋତା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ଡଃ ହରିଶ୍ଚନ୍ଦ୍ର ପଣ୍ଡା,ଭାଜପା ବରିଷ୍ଠ କର୍ମକର୍ତ୍ତା ସଂଗ୍ରାମ କେଶରୀ ପାତ୍ର, ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟମଣି ମିଶ୍ର, ପବନସୂତର ସମ୍ପାଦକ ଦାମୋଦର ନାୟକ, ଯୁବ ସମାଜସେବୀ ଗୋପାଳ ଚନ୍ଦ୍ର ସାମଲ, ବିରଜାକୃପା ସାହିତ୍ୟ ପରିଷଦର ସମ୍ପାଦକ ବୈଦ୍ୟନାଥ ପଣ୍ଡା,ସହସଂପାଦକ ପ୍ରମୋଦ କୁମାର ନାୟକ,ଶିଶୁ କବି ଧୀରେନ୍ଦ୍ର କୁମାର ମଲ୍ଲିକ, ଗ୍ରାମ ନନ୍ଦିପୁର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ମହାନ୍ତି, ବିଷ୍ଣୁ ଚରଣ ମହାପାତ୍ର, ସାମ୍ବାଦିକ ରତିଲାଲ ଭୂୟାଁ, ମୁକ୍ତାଦେବୀ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଅଶୋକ କୁମାର ରାଉତ, ଶ୍ରୀମନ୍ତ କୁମାର ପାତ୍ର, ଚିନ୍ମୟ କୁମାର ରାଉତରାୟଙ୍କ ସମେତ ଶତାଧିକ ବ୍ୟକ୍ତି ସ୍ବର୍ଗତ ଆତ୍ମାଙ୍କ ସଦ୍ଗତି ନିମନ୍ତେ ସ୍ମୃତି ଚାରଣ କରିଥିଲେ। ମଧ୍ୟମ ପୁତ୍ର ଡଃ ଜ୍ଞାନାଧିଶ ଦାଶଙ୍କ ଦ୍ଵାରା ଗୀତାପାଠ କରାଯାଇଥିଲା। ଏହି ଅବସରରେ ଦାଶ ପରିବାର ତରଫରୁ ତାଙ୍କର ସ୍ମୃତିକୁ ମନେ ପକାଇବା ନିମନ୍ତେ ପଣ୍ଡିତ ଗୁଣନିଧି ରମାସୁନ୍ଦରୀ ଦାଶ ସ୍ମୃତି ସଂସଦ ନାମରେ ଏକ ନ୍ୟାସ ଗଠନ କରାଯିବା ପାଇଁ ସ୍ଥିର କରାଗଲା। ଏଥିରେ ସମାଜସେବୀ ଦୀନଦୟାଲ ଦାଶ, ଆନନ୍ଦ ବର୍ଦ୍ଧନ ଦାଶ, ବିଶ୍ୱଜିତ୍ ଦାଶ, ବିଜୟ କୁମାର ଦାଶ, ଶିବାଦିତ୍ୟ ଦାଶ, ଅଧ୍ୟାପିକା କନକ ଲତା ଦାଶ, ମିନାକ୍ଷୀ ରାଣୀ ଦାଶ, ଜାନକୀ ପ୍ରଭା ଦାଶ, ଦିପାବଳୀ ଦାଶ, ଭୂପେଶ ମିଶ୍ର, ଧନଞ୍ଜୟ ଦାଶ, ମନଞ୍ଜୟ ଦାଶ, କିରଣ କୁମାର ଦାଶ, ବିଷ୍ଣୁ ଚରଣ ଦାଶ, ପୂର୍ଣ୍ଣଚନ୍ଦ୍ର ଦାଶ, ବନସ୍ମିତା ଦାଶ, ମଧୁସ୍ମିତା ଦାଶ, ଶୁଭସ୍ମିତା ଦାଶଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ।
ପଣ୍ଡିତ ଗୁଣନିଧି ଦାଶଙ୍କ ଦ୍ୱାଦଶାହ ସ୍ମୃତି ଚାରଣ ସଭା : ଗଠନ ହେଲା ପଣ୍ଡିତ ଗୁଣନିଧି ରମାସୁନ୍ଦରୀ ଦାଶ ସ୍ମୃତି ସଂସଦ !!!

