ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡିରେ ବୃଦ୍ଧି ପାଉଛି ଟ୍ରାଫିକ ସମସ୍ୟା । ୨୫ ବର୍ଷ ହେବ ଏକ ବାଇପାସ୍ ନିର୍ମାଣ ପାଇଁ ପରିକଳ୍ପନା ହୋଇଥିଲେ ମଧ୍ୟ ଆଜି ଯାଏଁ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ପ୍ରତିବର୍ଷ ଆରମ୍ଭରୁ କେବଳ ସର୍ଭେ କରି ଭୁଲିଯାଉଛି ପ୍ରଶାସନିକ ଅଧିକାରି। ପାରଳାଖେମୁଣ୍ଡି ସହରରେ ଟ୍ରାଫିକ୍ ସମସ୍ୟା ସମାଧାନ ପାଇଁ ବାଇପାସ୍ ରାସ୍ତା ନିର୍ମାଣ ନିହାତି ଆବଶ୍ୟକ । ଏହାଛଡ଼ା ଅନ୍ୟ କୌଣସି ଉପାୟରେ ଏହି ସମସ୍ୟାର ସମାଧାନ ଅସମ୍ଭବ । ତେବେ ଗତ ପ୍ରାୟ ୨୫ ବର୍ଷ ହେବ ଏହି ବାଇପାସ୍ ନିର୍ମାଣ ପାଇଁ ପରିକଳ୍ପନା ହୋଇଥିଲେ ମଧ୍ୟ ଆଜି ଯାଏଁ ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ହେଲେ ପ୍ରତିବର୍ଷ ଆରମ୍ଭରୁ ଏହି ରାସ୍ତା ପାଇଁ ସର୍ଭେ କରିବା ସହ ଲୋକଙ୍କ ମନରେ ଏହି ରାସ୍ତାକୁ ନେଇ ଆଶା ସଞ୍ଚାର କରିବା ସୁଯୋଗକୁ ପ୍ରଶାସନ ଆଦୌ ହାତଛଡ଼ା କରୁନାହିଁ । ତେବେ ଏହି ରାସ୍ତା କେବେ ନିର୍ମ।ଣ ହେବ, ତାହାକୁ ନେଇ ସ୍ଥାନୀୟ ଲୋକେ ସନ୍ଦିହାନ ହୋଇପଡିଛନ୍ତି । ୨୫ ବର୍ଷ ହେବ କେବଳ ସର୍ଭେ ହେଉଛି: ବହୁ ପୁରାତନ ପାରଳାଖେମୁଣ୍ଡି ସହରର ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ଏହାର ଏକମାତ୍ର ସମାଧାନ ହେଉଛି ବାଇପାସ୍ ରାସ୍ତା ନିର୍ମାଣ ଓ ସହରର ମୁଖ୍ୟ ରାସ୍ତାର ସଂପ୍ରସାରଣ । ତେଣୁ ଗତ ୨୫ ବର୍ଷ ତଳେ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ପରିକଳ୍ପନା ହୋଇଛି । ହେଲେ ପ୍ରତି ଆର୍ଥିକ ବର୍ଷ ଆରମ୍ଭରୁ ପ୍ରଶାସନ ଏହି ବାଇପାସ୍ ରାସ୍ତା ନିର୍ମାଣ ପାଇଁ ସର୍ଭେ କରୁଛି । ହେଲେ ଆଜି ଯାଏଁ ରାସ୍ତା କାମ ହୋଇ ପାରୁନାହିଁ । ବାଇପାସ୍ ରାସ୍ତା କେବଳ ଘୋଷଣାରେ ହିଁ ସୀମିତ ହୋଇ ରହିଛି । ଏହି ରାସ୍ତା କାମ ହୋଇପାରିନଥିଲେ ମଧ୍ୟ ପ୍ରଶାସନର ଏହି ସର୍ଭେ ପାଇଁ ସେହି ଅଞ୍ଚଳର ଜମିଗୁଡିକର ମୂଲ୍ୟ ବୃଦ୍ଧି ପାଇବାରେ ସହାୟକ ହୋଇଛି । ଯାହାଦ୍ବାରା ଜମିମାଫିଆମାନେମାଲାମାଲ ହୋଇଛନ୍ତି । ହେଲେ ପ୍ରଶାସନର ଏହି କାର୍ଯ୍ୟକୁ ନେଇ କିନ୍ତୁ ସନ୍ଦେହ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ । ଏପଟେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ସହରରେ ଦିନକୁ ଦିନ ଉଠା ଦୋକାନୀ ସାଙ୍ଗକୁ ରାସ୍ତା ସଂକୀର୍ଣ୍ଣ , ସହରରେ ଭାରି ଯାନ ଚଳାଚଳ, ବାଲି ଓଭର ଲୋଡିଙ୍ଗ ଓ ମାଛ, ଟିଫିନ୍, ଫଳ ଦୋକାନ ଏଭଳି ବିଭିନ୍ନ ଉଠା ଦୋକାନୀଙ୍କ କବଜାରେ ସହରର ବିଭିନ୍ନ ରାସ୍ତାରେ ଟ୍ରାଫିକ ସମସ୍ୟା ଉପୁଜୁଛି । ସହରରେ ଥିବା ବିଭିନ୍ନ ସପିଙ୍ଗ ମଲ ସମୁଖରେ ଯାନ ରଖିବା, ପାର୍କିଂ ବ୍ୟବସ୍ଥା ନଥିବା ସହରରେ ଥିବା ଦୋକାନ ଗୁଡିକର ଜିନିଷ ରାସ୍ତା ଉପରେ ସଜାଡି ରଖିବା, ରାସ୍ତା ମଝିରେ ଦୁଇ ଚକିଆ ଯାନ ପାର୍କିଂ କରିବା, ଏଭଳି ସମସ୍ୟା ଗୁଡିକ ଦେଖା ଦେଇଛି । ସହରରେ କେଉଁ ସମୟରେ ଭାରି ଯାନ ପ୍ରବେଶ କରିବା କଥା, କେଉଁ ସମୟରେ ପ୍ରବେଶ ନ କରିବା କଥା ତାହା ପାଳନ ନ ହେବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି । ଏଭଳି ବିଭିନ୍ନ ସମସ୍ୟା ସହରରେ ଦୀର୍ଘ ଦିନ ହେଲା ଲାଗି ରହିଥିବା ବେଳେ ଏହାର ସ୍ଥାୟୀ ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉ ନ ଥିବାରୁ ଏଭଳି ସମସ୍ୟା ସହରରେ ଉପୁଜୁଛି ଅନ୍ୟ ପଟେ ୱଣ୍ଡିଙ୍ଗ୍ ନିର୍ମାଣ ହୋଇ କାମରେ ଆସୁନାହିଁ ତାହା ଧୁଳି ଖାଇ ପଡିଛି . ଏଥି ପ୍ରତି ପୋୖର ପରିଷଦ ଓ ପୋଲିସ ବିଭାଗ ଗୁରୁତ୍ୱ ଦେଲେ ଏହାର ସ୍ଥାୟୀ ସମାଧାନ ହୋଇ ପାରିଥାନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ତେବେ ଦେଖିବାକୁ ବାକି ରହିଲା ସମସ୍ୟା ର ସମାଧାନ କେବେ ହେବ ଦେଖିବାକୁ ବାକି ରହିଲା।।
ପାରଳାଖେମୁଣ୍ଡି ଟ୍ରାଫିକ ସମସ୍ୟା ର ସମାଧାନ କେବେ ???

