ଚାଷଜମି କମୁଛି : କୋଠାବାଡ଼ି ବଢୁଛି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ବର୍ତ୍ତମାନ ଚାଷ ଜମି ଦିନକୁ ଦିନ କମିବାରେ ଲାଗିଛି ଯାହା ଫଳରେ ଚାଷୀ ଚାଷ ନକରି ବାହାର ରାଜ୍ୟକୁ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛି।ଚାଷ ଜମିକୁ ଚାଷୀଙ୍କ ଠାରୁ କମ ଦରରେ କିଣି ବା ଶାଗ ମାଛ ଦରରେ କ୍ରୟ କରି ପ୍ଲଟ ଘର ବାରିରେ ପରିଣତକରୁଛନ୍ତି । ଯାହା ଫଳରେ ଚାଷ ଜମି ଦିନକୁ ଦିନ କମିବାରେ ଲାଗିଛି। ରାତାରାତି ଲକ୍ଷପତି ବ। କୋଟିପତି ହୋଇଥାନ୍ତି ଚାଷ ଜମିକୁ ଘର ବାରୀରେ ପରିଣତ କରୁଥିବା ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟାନୁଷ୍ଠାନ ହେଉନାହିଁ ।ଯାହା ଫଳରେ ଚାଷ ଜମି କମୁଛି। ପ୍ଲଟ ବେପାର କରି ଏବେ ଲୋକ ଲକ୍ଷ ପତି ଓ କୋଟିପତି ହୋଇପାରିଛନ୍ତି।ସକାଳ ହେଲେ ଟ୍ରେଜେରୀ ରାସ୍ତାରେ ଭିଡ଼ ଜମି ପ୍ଲଟ ବେପାରି ଓ ମଧ୍ୟସ୍ଥତାଙ୍କର କାଗଜ ଦେଖାଇ ସହଜ ଉପାୟରେ ବିନ।ପାରିଶ୍ରମରେ ଲକ୍ଷ ପତି ଓ କୋଟିପତି ହେବାର ଆଶା ଏପରିକୀ ଯାହା ପାଖରେ ଖାଇବାରକୁ ନଥିଲା ସେ କୋଟି ପତି ଓ ଲକ୍ଷ ପତି କୋଠା ବାଡ଼ି ବ୍ୟାଙ୍କ ବାଲାନ୍ସ ସମସ୍ତଙ୍କୁ ଜଣା ଏପରିକି ସରକାରୀ କାର୍ଯ୍ୟରତ କର୍ମଚାରୀ ମାନେ ମଧ୍ୟ ଏହି ପ୍ଲଟ ବେପାର କରି ଲକ୍ଷ ପତି ଓ କୋଟି ପତି ହେଉଛନ୍ତି। ଏଣୁ ନୂତନ ସରକାର ଚାଷିଙ୍କ ପ୍ରତି ଦୃଷ୍ଟି ଦେଲେ ଚାଷ ଜମି ପ୍ଲଟ ହେବ ନାହିଁକି ଘର ବାରିରେ ପରିଣତ ହେବ ନାହିଁ ଚାଷ ଜମି ରହିବ ଚାଷି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବ ନାହିଁ ଜମିରେ ସୁନାର ଫସଲ ଫଳିବ ଖାଦ୍ୟ ଶସ୍ଯର ଅଭାବ ରହିବ ନାହିଁ ନହେଲେ ଖାଦ୍ୟ ଶସ୍ଯର ସଙ୍କଟ ଦେଖାଦେବ ।

Leave a Reply

Your email address will not be published. Required fields are marked *