ପାଣି ପାଇଁ ରାସ୍ତାରେ ଗରା ବାଲଟି ରଖି ରାସ୍ତା ଅବରୋଧ କଲେ ମହିଳା !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ପାଣି ପାଇଁ ରାସ୍ତା ଅବରୋଧ କଲେ ମହିଳା l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ NAC ର ୧୨ ନମ୍ବର ୱାର୍ଡର ଶତାଧିକ ମହିଳା ବନମାଳୀପୁର ଗ୍ରାମ ଠାରେ ପାଣି ଠିକ୍ ଭାବେ ଯୋଗାଣ ହେଉନଥିବାରୁ ତାହାର ପ୍ରତିବାଦରେ ଗରା ବାଲିଟି ଧରି ସକାଳ ସାତ ଘଟିକା ଠାରୁ ଦିନ ୧୨ ଘଟିକା ପର୍ଯ୍ୟନ୍ତ ଡହ ଡହ ଖରାରେ ରାସ୍ତା ଅବରୋଧ କରିଥିଲେ ! ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତା ଉପରେ ବସି ରାସ୍ତା ଅବରୋଧ କରିଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିଲେ l ୩ ଘଣ୍ଟା ପରେ ଖବର ପାଇ ଉପଜିଲ୍ଲାପାଳ ପ୍ରଭାସ କୁମାର ବେହୁରା ଓ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ବିଶ୍ଵାଳ ଓ ଥାନା ଅଧିକାରୀଣି ଚାରୁଲତା ବେହେରା ଘଟଣା ସ୍ଥଳରେ ପହଞ୍ଚିଥିଲେ ! ଉପଜିଲ୍ଲାପାଳ ମହିଳା ମାନଙ୍କ ସହିତ କଥାବାର୍ତ୍ତା ବେଳେ ସେହି ସମୟରେ ବିଧାୟିକା ସୀମାରାଣୀ ନାୟକ ହିନ୍ଦୋଳ ଆସୁଥିବା ସମୟରେ ପାଣି ପାଇଁ ମହିଳା ମାନେ ରାସ୍ତା ଅବରୋଧ କରିଥିବାର ଦେଖିଥିଲେ ! ବିଧାୟିକା ଏବଂ ଉପ ଜିଲ୍ଲାପାଳ , ମହିଳା ଓ ଗ୍ରାମବାସୀ ମାନଙ୍କୁ ବୁଝା ସୁଝl କରିବା ସହିତ ପାଣି ଯୋଗାଣ ଯେମିତି ସୁବିଧାରେ ହୋଇପାରିବ ପ୍ରତିଶ୍ରୁତି ଦେବାରୁ ରାସ୍ତା ଅବରୋଧରୁ ହଟିଥିଲେ l

Leave a Reply

Your email address will not be published. Required fields are marked *