ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ଟୀକା ନ ପାଇ ଫେରିଲେ ବହୁ ଵୟୋଜୈଷ୍ଠ ବ୍ୟକ୍ତି । ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗଛିତ ଥିବା କରୋନା ଟୀକା ସରିଯିବାରୁ ପୁନର୍ବାର ଟୀକା କରଣ ବନ୍ଦ ରହିଛି . ଏପରିକି ଟୀକା କରଣ କେନ୍ଦ୍ରରେ ତାଲା ପଡି ଥିବାରୁ ବହୁ ବୟସ୍କ ବ୍ୟକ୍ତି ଟୀକା ନେବାରୁ ବଞ୍ଚିତ ହୋଇ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ନିରାଶ ହୋଇ ଫେରି ଯାଇଥିବା ସୂଚନା ମିଳିଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତୁରନ୍ତ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯଥେଷ୍ଟ ପରିମାଣର କରୋନା ଟୀକା ଯୋଗାଇ ଦେବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବୀ ହେଉଛି ।
ସୁକିନ୍ଦାରେ କରୋନା ଟୀକାକରଣ : ଦିନେ ଖୋଲା – ଦିନେ ତାଲା !!!

