ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ବି ଏନ ପେଲେସ ପରିସରରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ 2025 ପାଳିତ ହୋଇଯାଇଛି।ଏହି ଅକ୍ଷୟ ତୃତୀୟା ଅବସରରେ ଫୁଡ଼ ଫେଷ୍ଟିଭାଲ ଆୟୋଜିତ ହୋଇଥିଲା ଏଥିରେ ସୁରକ୍ଷା ଅନୁଷ୍ଠାନ ପକ୍ଷରୁ ଶ୍ରୀ ଅନ୍ନ ଅଭିଯାନରେ ବିଭିନ୍ନ ମିଲେଟ ଖାଦ୍ୟ ପ୍ରସ୍ତୁତ କରି ବଣ୍ଟନ କରାଯାଇଥିଲା।ଏଥିରେ ଆମ୍ବ ଓ ମଣ୍ଡିଆର ସ୍ମୁଦି,ସୁଆ ଚାଉଳ ଓ ଛେନା କ୍ଷୀରି, କାଙ୍ଗୁରେ ଦହି ବରା, ଛାଞ୍ଚ, ସୁଆର ସଲାଟ ପ୍ରଭୃତି ସାମଗ୍ରୀ ବଣ୍ଟନ କରାଯାଇଥିଲା।ଗୋଶାଣୀ ଗୁମ୍ମା ଓ ରାୟଗଡର ଚାଷୀ ଭାଇ ଭଉଣୀ ମାନେ ଖାଇ ଖୁସି ବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମକୁ କୃଷି ବିଭାଗର କର୍ମଚାରୀ ମାନେ ପରିଚାଳନା କରିଥିଲେ।
ସୁରକ୍ଷା ଅନୁଷ୍ଠାନ ପକ୍ଷରୁ ଶ୍ରୀ ଅନ୍ନ ଅଭିଯାନ ସ୍କିମରେ ଫୁଡ଼ ଫେଷ୍ଟିଭାଲ ଆୟୋଜିତ !!!

