ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକ ଜିଲ୍ଲା ସାଲେପୁର ବ୍ଲକ୍ କିସିନାପୁର ଗ୍ରାମରେ ଚାଟେଶ୍ୱର ମନ୍ଦିର ର ଅଳ୍ପ ଦୂର ସାହୁଘର ପାଖ ନାଳ ବନ୍ଧ ନିକଟରେ ଏକ କଦମ୍ବ ଗଛ ଥିଲା ! ସେହି ଗଛକୁ କିଛି ଦିନ ତଳେ ଘଡ ଘଡି ମାରି ଗଛଟି ମରି ଯାଇଥିଲା । ପୁଣି ଠାରେ କାଳ ବୈଶାଖୀ ସମୟରେ ଘଡ ଘଡି ସେହି ଗଛକୁ ଦ୍ୱିତୀୟ ଥର ମାରିଥିଲା । ଏତେ ବର୍ଷା ପରେ ବି ନିଆଁ ଲିଭିନଥିଲା ! ୫ ତାରିଖ ରାତି ରେ ଦେଖିଲା ବେଳକୁ ଗଛରେ ନିଆଁ ଜୋର୍ ରେ କୁହୁଳୁଛି ! ପାଖରେ ଲୋକ ମାନଙ୍କ ଘର ଥିବାରୁ ମୁଗ ବିରି ଅମଳ ପାଇଁ ଗଦା ହୋଇଥିବାରୁ ଲୋକମାନଙ୍କୁ ଭୟ ହେବାରୁ ସାଲେପୁର ଅଗ୍ନିଶମ ବିଭାଗକୁ ଡକା ଯିବାରୁ ଅଗ୍ନିଶମ କର୍ମଚାରି ଆସି ରାତ୍ରୀରେ ନିଆକୁ ଲିଭାଇଥିଲେ । ତାପରେ ଲୋକମାନେ ଆଶ୍ବସ୍ତ ହୋଇଥିଲେ ।
ଦୁଇ ଥର ବିଜୁଳି ଝଟକା ଖାଇଲା କଦମ୍ବ ଗଛ !!!

