କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ସାଲେପୁର ରେ କଟକ ଜିଲ୍ଲା ସାମ୍ବାଦିକ ୟୁନିୟନ ର ସ୍ୱତନ୍ତ୍ର ଅଧିବେଶନ ! ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ର କଟକ ଶାଖାର ସାଙ୍ଗଠନିକ ବୈଠକ ଏବଂ ପରିଚୟପତ୍ର ପ୍ରଦାନ କାର୍ଯ୍ୟକ୍ରମ ସାଲେପୁର ସହର ଉପକଣ୍ଠ ସିଟାଡେଲ ଶାନ୍ତି ପ୍ୟାଲେସ ରେ ଆୟୋଜିତ ହୋଇଯାଇଛି ! ସାଲେପୁର ଶାଖା ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ଉପ ସଭାପତି ଗୋଲକ ମହାପାତ୍ର , ରାଜ୍ୟ ସଂଘ ସଭାପତି ପ୍ରସନ୍ନ ମହାନ୍ତି , କଟକ ଜିଲ୍ଲା ୟୁନିୟନ ସଭାପତି ପ୍ରଫୁଲ୍ଲ ମହାନ୍ତି , କଟକ ଜିଲ୍ଲା ସାଧାରଣ ସମ୍ପାଦକ ଅଜୟ କୁମାର ଦାସ ପ୍ରମୂଖ ଯୋଗ ଦେଇଥିଲେ ! ଜିଲ୍ଲାର ପାଖାପାଖି ଦଶ ଗୋଟି ବ୍ଲକ ରୁ ସଦସ୍ୟ ମାନେ ଯୋଗ ଦେଇଥିବା ସମୟରେ , ସାମ୍ବାଦିକ ସୁରକ୍ଷା ତଥା ବିଭିନ୍ନ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ସହିତ ଆଲୋଚନା କରିବେ ବୋଲି ମୁଖ୍ୟ ଅତିଥି ଗୋଲକ ମହାପାତ୍ର ପ୍ରତିଶ୍ରୁତି ଦେଇଥିଲେ !
ସାଲେପୁର ରେ କଟକ ଜିଲ୍ଲା ସାମ୍ବାଦିକ ୟୁନିୟନ ର ସ୍ୱତନ୍ତ୍ର ଅଧିବେଶନ !!!

