ଏକ ଘରୋଇ ଶିକ୍ଷାନୁଷ୍ଠାନ ଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ ଅଭିଯୋଗରେ ଅଭିଯୁକ୍ତ ଗିରଫ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଏକ ଘରୋଇ ଶିକ୍ଷାନୁଷ୍ଠାନ ଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ ଅଭିଯୋଗରେ ଅଭିଯୁକ୍ତ ଗିରଫ ! ସୁକିନ୍ଦା ସଦର ମହକୁମାରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିଥିବା ଅଭିଯୋଗରେ ପୋଲିସ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରିବା ସହ ଛାତ୍ରୀ ନିବାସ ୱାଡେନକୁ ଅଟକ ରଖି ଘଟଣାର ତଦନ୍ତ ଜାରୀ ରଖିଛି।ସୁକିନ୍ଦା ବ୍ଲକ ରୋଡରେ ଥିବା ସେଣ୍ଟ ଜାଭିୟର ନାମକ ଘରୋଇ ଶିକ୍ଷାନୁଷ୍ଠାନର ମୁଖ୍ୟ ୟାସିନ ଖାନ କଲେଜ ରୋଡରେ ଥିବା ଏକ ଘରୋଇ କୋଚିଙ୍ଗ ସେଣ୍ଟରର ଛାତ୍ରୀ ନିବାସ ମହିଳା କର୍ମଚାରୀଙ୍କୁ ବିଭିନ୍ନ ପ୍ରଲୋଭନ ଓ ଭୟ ଦେଖାଇ ଛାତ୍ରୀ ନିବାସରେ ରହୁଥିବା ଛାତ୍ରୀଙ୍କ ବିଭିନ୍ନ ଆପତ୍ତିଜନକ ଫଟୋ ସଂଗ୍ରହ କରି ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରିଥିବା ନେଇ ସଂପୃକ୍ତ ମହିଳା କର୍ମଚାରୀ ସୁକିନ୍ଦା ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ସମୃକ୍ତ ମହିଳା କର୍ମଚାରୀ ପୂର୍ବରୁ ଜାଭିୟର ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରୁଥିଲେ। ଗତ କିଛିଦିନ ହେବ ସଂପୃକ୍ତ ଯୁବତୀ ଜାଭିୟର ଛାଡ଼ି କଲେଜ ରୋଡରେ ଥିବା ଏକ ଘରୋଇ କୋଚିଙ୍ଗ ସେଣ୍ଟରରେ ଛାତ୍ରୀ ନିବାସ ୱାଡେନ ଭାବେ କାର୍ଯ୍ୟ କରୁଛନ୍ତି। ଯୁବତୀ ଜାଭିୟରରେ କାମ କରୁଥିବା ସମୟରେ ତାଙ୍କର କିଛି ଆପତ୍ତିଜନକ ଫଟୋ ୟାସୀନ ଖାନ ପାଖରେ ଥିଲା।ଏହି ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରସାର କରିବା ଧମକ ଦେଇ ଓ ମୋଟା ଅଙ୍କର ଟଙ୍କା ଦେବାର ଲୋଭ ଦେଖାଇ ସେହି ଛାତ୍ରୀ ନିବାସରେ ରହୁଥିବା ଛାତ୍ରୀଙ୍କ ଆପତ୍ତିଜନକ ଫଟୋ, ଭିଡିଓ ଉତ୍ତୋଳନ କରିବାକୁ ୟାଶୀନ ଯୁବତୀଙ୍କୁ ବାଧ୍ୟ କରିଥିବା ଯୁବତୀ ପୋଲିସ ନିକଟରେ ପ୍ରକାଶ କରିଛନ୍ତି।ଗତ ଦୁଇଦିନ ପୂର୍ବରୁ ଯୁବତୀ ସାମାଜିକ ଗଣମାଧ୍ୟମରେ ଏହି ଆପତ୍ତିଜନକ ଭିଡିଓ ଦେଖିବା ପରେ ନିରୁପାୟ ହୋଇ ସୁକିନ୍ଦା ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାରେ ୧୩୯/୨୦୨୫ଏକ ମାମଲା ରୁଜୁ କରି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ୟାସିନ ଖାନକୁ ଗିରଫ କରି ଫଟୋ ଉତ୍ତୋଳନ କରିଥିବା ଯୁବତୀଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି।ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପୂର୍ବରୁ ସେହି ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀଙ୍କୁ ୟାସିନ ଖରାପ ବ୍ୟବହାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ହସ୍ତକ୍ଷେପ ପରେ ତାହା ସମାଧାନ ହୋଇଥିଲା। ତେବେ ଗୁରୁତ୍ଵପୂର୍ଣ୍ଣ କଥା ଛାତ୍ର ଛାତ୍ରୀ ମାନଙ୍କୁ ରଖି ଶିକ୍ଷାନୁଷ୍ଠାନ ଚଳାଇବା ପାଇଁ ଏମାନଙ୍କ ପାଖରେ ସରକାରୀ ସିକୃତି ନଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *