ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜମିଜମା ବିବାଦରୁ ହତ୍ୟାକାଣ୍ଡ ! ଗଜପତି ଜିଲ୍ଲା ରାମଗିରି ଥାନା ଅନ୍ତର୍ଗତ କଡ଼ମାନ୍ ସିଂ ଗ୍ରାମରେ ଘଟିଛି ଏପରି ଅଘଟଣ ! ହତ୍ୟାର ତିନି ଦିନ ପରେ ମୃତ ରାମଚନ୍ଦ୍ର ନାୟକଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଛି । ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଅତୁଲ ପ୍ରସାଦ ବେହେରଦଳାଇ ଏବଂ ତାର ସହଯୋଗୀ ବିଶ୍ୱଭାନୁ ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ ଗତ 22 ତାରିଖ ଦିନ ଜମି ଜମା ବିବାଦକୁ ନେଇ ଶତ୍ରୁ ପାଲଟିଥିବା ଅଭିଯୁକ୍ତ ମୁନିଆ ପଥର ଓ ଧାରୁଆ କଟୁରିରେ ରାମଚନ୍ଦ୍ରକୁ ହତ୍ୟା କରିଥିଲା । ଏହା ପରେ ସମ୍ପର୍କୀୟ ଭାଇ ଅଭିଯୁକ୍ତ ବିଶ୍ୱଭାନୁର ସହାୟତାରେ ରାମଚନ୍ଦ୍ରର ମୃତ ଦେହକୁ ପଥର ବାନ୍ଧି ଜଳ ଭଣ୍ଡାର ମଧ୍ୟରେ ଫିଙ୍ଗି ଦେଇଥିଲେ । ତେବେ ରାମଚନ୍ଦ୍ର ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ରାମଗିରି ଥାନାରେ ଏତଲା ଦିଆଯାଇଥିଲା । ଗତ 25 ତାରିଖ ଦିନ ରାମଚନ୍ଦ୍ରଙ୍କ ମୃତ ଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଲୋକେ ! ତଦନ୍ତ ବେଳେ ଜମିଜମା ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଗଣମାଧ୍ୟମ କୁ ସୂଚନା ଦେଇଛି ପୁଲିସ !
ହତ୍ୟାର ତିନି ଦିନ ପରେ ମୃତ ରାମଚନ୍ଦ୍ର ନାୟକଙ୍କ ଗଳିତ ମୃତ ଦେହ ଉଦ୍ଧାର !!!

