କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଶିକ୍ଷା, ଚିକିତ୍ସା, ଜୀବନ – ସବୁ ଅଟକିଛି ଏକ ଅଧୂରା ରାସ୍ତାରେ ! ପାଠକ ବନ୍ଧୁ ଏହା କେବଳ ଏକ ରାସ୍ତା ନୁହେଁ ଏହା ଜଡିତ ଏକ ଗ୍ରାମର ସ୍ବାସ୍ଥ୍ୟ, ଶିକ୍ଷା, ଯାତାୟାତ ଓ ଭବିଷ୍ୟତ ସହ। ଏହା ହେଉଛି ନୋଳସାହି ଗ୍ରାମର ଚାରିଘରିଆ ସାହି ଯେଉଁଠି ଗତ ଦଶ ବର୍ଷରୁ ଏକ ରାସ୍ତା ଅଧୂରା ରହିଛି ଓ ଗ୍ରାମବାସୀ ଦିନେ ଦିନେ ଯନ୍ତ୍ରଣାରେ ଜୀବନ କାଟୁଛନ୍ତି। ସରକାରଙ୍କ ପକ୍ଷରୁ ରାସ୍ତା ପିଚୁ ହୋଇ ଆରମ୍ଭ ହେଲେ ମଧ୍ୟ, ମଝି ଅଂଶରେ ଥିବା ଏକ ବ୍ୟକ୍ତିଙ୍କ ଜମି ଉପରେ ଅଭିଯୋଗ ଥିବାରୁ ଏହି ରାସ୍ତାର କାମ ବନ୍ଦ ହୋଇଗଲା । ବିବାଦ ବଢ଼ିଲା… ଅଦାଲତ ଯାଏ ପହଞ୍ଚିଲା… ଏବଂ ଏହି ଗାଁ ଜଣେ ଜଣେ ଦଶ ବର୍ଷ ଧରି ପ୍ରତୀକ୍ଷା କରୁଛନ୍ତି – ଶିକ୍ଷାରେ ଚିକିତ୍ସାରେ, ଜୀବନରେ ।ପାଣି ଜମିଯାଉଛି, ଦୁର୍ଗନ୍ଧ ଚାରିପାଖ ଖେଳି ଯାଉଛି, ଛୁଆମାନେ ରୋଗରେ ପଡ଼ୁଛନ୍ତି, ଯାତାୟାତ ବନ୍ଦ ହେଉଛି । କିଏ ଆସି ଦେଖିବ ଏହି ଅବସ୍ଥା ? କେବଳ ଭୌଗୋଳିକ ନୁହେଁ, ଏହା ଏକ ମନୋବୃତ୍ତିର ଆବଶ୍ୟକତା । ଏକ ଆଶା ଯାହା ଜଣେ ନୁହେଁ, ଗୋଟିଏ ଗାଁର ଜନତା ଦେଖିଛିନ୍ତି । ସମାଧାନ କେବଳ ଆଇନର ଅନ୍ତିମ ଅଦେଶ ନୁହେଁ, ସମାଧାନ ହେଉଛି ଆମ ସମ୍ବେଦନା ଓ ନିଷ୍ଠା । ଏହି ରାସ୍ତା ନିର୍ମାଣ ହେବା ଆବଶ୍ୟକ । ଏହା ଏକ ଅଞ୍ଚଳର ମୌଳିକ ଅଧିକାର। ନୋଳସାହି ଅଞ୍ଚଳବାସୀ ଏବେ ଦାବି କରୁଛନ୍ତି ଆଉ ନୁହେଁ ଅପେକ୍ଷା, ଆଉ ନୁହେଁ ମୌନତା । ସମାଧାନ ହେଉ, ରାସ୍ତା ତିଆରି ହେଉ। ।
ଶିକ୍ଷା, ଚିକିତ୍ସା, ଜୀବନ – ସବୁ ଅଟକିଛି ଏକ ଅଧୂରା ରାସ୍ତାରେ !!!

