ପୁଣି ତେଜିଲା ବାଣପୁର ରାଜସ୍ଵ ଉପଖଣ୍ଡ ମାନ୍ୟତା ଦାବି !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପୁଣି ତେଜିଲା ବାଣପୁର ରାଜସ୍ଵ ଉପଖଣ୍ଡ ମାନ୍ୟତା ଦାବି । ସରକାରଙ୍କୁ ଦିଆଗଲା ଦୁଇ ମାସ ସମୟ । ବାଣପୁର – ତା ୧୨.୦୭.୨୫ ଦୀର୍ଘ ୫୦ ବର୍ଷ ଧରି ବାଣପୁର କୁ ଉପଖଣ୍ଡ ମାନ୍ୟତା ଦାବି କରି ବାଣପୁରବାସୀ ଯେଉଁ ସଂଘର୍ଷଜାରିରଖିଛନ୍ତି ଆଜି ତାର ପୂର୍ତ୍ତି ଉପଲକ୍ଷେ ମା ମେଘାମ୍ବରୀମନ୍ଦିରନିକଟସ୍ଥ କଲ୍ୟାଣ ମଣ୍ଡପଠାରେ ଚିଲିକା- ବାଣପୁର – ବାଲୁଗାଁ ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ତରଫରୁ ଏକ ସମ୍ମିଳନୀର ଆୟୋଜନକରାଯାଇ ଆଗାମୀ ଦିନରେ ଏହି ସଂଘର୍ଷକୁ କିପରି ଜୋରଦାରକରାଯାଇ ଏହାର ପ୍ରାପ୍ତି ନିମନ୍ତେ ଉପସ୍ଥିତ ବାଣ ପୁରବାସୀଙ୍କ ତରଫରୁ ବିଭିନ୍ନ ପ୍ରସ୍ତାବ ମାନଆହ୍ୱାନକରାଯାଇଥିଲା ।। କମିଟିର ସଭାପତି ପ୍ରଫେସର ନଳିନୀ କାନ୍ତ ପଟ୍ଟନାୟକଙ୍କ ଏହାକୁ ପରିଚାଳନା କରିଥିବା ବେଳେ ସଂପାଦକ ଆଡ଼ଭୋକେଟ ମୂରଲୀଧର ସାମନ୍ତସିଂହାର ଏହାକୁ ସହଯୋଗ କରିଥିଲେ । ବୈଠକରେ ବାଣପୁର ବାଲୁଗାଁଚିଲିକା ଅଞ୍ଚଳର ଶତାଧିକ ବୃଦ୍ଧିଜୀବି,ଅବସରପ୍ରାପ୍ତ ସେନା କର୍ମଚାରୀ, ପତ୍ରକାର, ଓକିଲ, ରାଜନୈତିକ ବ୍ୟକ୍ତି ବିଶେଷ, ବ୍ୟବସାୟୀ, କଳାକାର, ମହିଳା ସଂଗଠନର କର୍ମବର୍ତ୍ତ।ଯୋଗଦାନ କରିଥିଲେ ।ମହେଶ୍ଵର ଜେନା ଏହାକୁ ସଂଯୋଜନା କରିଥିବା ବେଳେ ବିକ୍ରମ କେଶରୀ ମହାରଥୀ, ଗୋଲକ ବିହାରୀ ପରୀଡ଼ା, ଶକ୍ତି ପ୍ରସାଦ ମହାପାତ୍ର, ଅମିତାଭ ପଟ୍ଟଯୋଶୀ,ଆର୍ତ୍ତତ୍ରାଣ ଜାଲି, ଡଃ. ଚିନ୍ତାମଣି ମିଶ୍ର,ମଦନ ମୋହନ ମହାପାତ୍ର, ପ୍ରଦୀପକୁମାର ସ୍ଵାଇଁ, ବାଳମୁକୁନ୍ଦ ଦାସ, ପ୍ରକାଶ ଚନ୍ଦ୍ରପ୍ରଧାନ, ସଂଗ୍ରାମ କେଶ।ରୀ ସାହୁ, ଇଁ.ଶେଷଦେବ ବରାଳ, ଭବାନୀଶଙ୍କର ହୋତା, ଅମରେନ୍ଦ୍ର ରଣସିଂ,ଜିତେନ୍ଦ୍ର କୁମାର ଭୋଳପ୍ରମୁଖ ବିଭିନ୍ନ ପ୍ରସ୍ତାବ ମାନ ରଖି ଆଗାମୀ ଦିନରେ ପ୍ରତି ପଞ୍ଚାୟତରେ ପଦଯାତ୍ରା କରି,ସଂଗଠନର ଆନ୍ଦୋଳନକୁ ଆହୁରି ଜୋରଦାର କରି ଚକା ବନ୍ଦ ଅଖବନ୍ଦ ଏପରିକି ସମଗ୍ର ନିର୍ବାଚନମଣ୍ଡଳୀରବଜାର ବନ୍ଦ ଏବଂ ଆବଶ୍ୟକ ପଡିଲେ ଆମରଣ ଅନଶନ ଆରମ୍ଭ କରାଯିବ ବୋଲି ବୈଠକରେ ପ୍ରସ୍ତାବ ଗ୍ରହଣ କରାଗଲା । କ୍ରିୟାନୁଷ୍ଠାନ କମିଟିକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନୂତନ ସଭ୍ୟ ଭାବେ ବହୁଯୁବବର୍ଗଙ୍କୁ ସାମିଲ କରାଗଲା। । ଶେଷରେ ସହ ସଂପାଦକ ଜୟକୃଷ୍ଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *