ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ମାଲକାନଗିରି ସାମ୍ବାଦିକ ହତ୍ୟା ମାମଲା ନେଇ ରାଜଧାନୀ ରାଜରାସ୍ତାରେ ତାତି ! ଡିଜିଟାଲ ମିଡ଼ିଆ ଟାଇମ୍ସ ଓଡ଼ିଆ ରେ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟ କରୁଥିବା ସି . ନରେଶ କୁମାର ଙ୍କ ହତ୍ୟା ଘଟଣାକୁ ନେଇ ଦାନା ବାନ୍ଧୁଛି ଆନ୍ଦୋଳନ ! ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ସଦସ୍ୟ ମାନେ ରାଜଧାନୀ ମାଷ୍ଟର କ୍ୟାଣ୍ଟିନ ଠାରେ ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରି ମହମବତୀ ଶୋଭାଯାତ୍ରା କରିଥିଲେ ! ଘଟଣା କୁ ତିନି ଦିନ ବିତି ଯାଇଥିବା ସମୟରେ ପ୍ରଶାସନ ତରଫରୁ ମୃତକଙ୍କ ପରିବାରକୁ ଅଣଦେଖା , ଅତି ଧିମା ତଦନ୍ତ ପ୍ରକ୍ରିୟା କୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ସଦସ୍ୟ !
ମାଲକାନଗିରି ସାମ୍ବାଦିକ ହତ୍ୟା ମାମଲା ନେଇ ରାଜଧାନୀ ରାଜରାସ୍ତାରେ ତାତି !!!

