ନାଗପଞ୍ଚମୀରେ ନାଗେଶ୍ଵରଙ୍କ ଘରୁ ନାଗ ଉଦ୍ଧାର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ନାଗପଞ୍ଚମୀରେ ନାଗେଶ୍ଵରଙ୍କ ଘରୁ ନାଗ ଉଦ୍ଧାର ! ପବିତ୍ର ନାଗପଞ୍ଚମୀ ଦିନ ସୁକିନ୍ଦା ନିବାସୀ ନାଗେଶ୍ଵରଙ୍କ ଘରୁ ନାଗସାପ ଉଦ୍ଧାର ହୋଇଥିବା ଜଣାପଡିଛି । ସୁକିନ୍ଦା ଥାନା ଅନ୍ତର୍ଗତ ସଂସାଇଲୋ ପଞ୍ଚାୟତର ପାତ୍ରମରା ଗ୍ରାମ ନାଗେଶ୍ୱର ମହାନ୍ତଙ୍କ ଘରୁ ୬ ଫୁଟ ଲମ୍ବର ଏକ ନାଗସାପ ଉଦ୍ଧାର ହୋଇଛି । ନାଗେଶ୍ୱରଙ୍କ ଘର ପାଖରେ ଥିବା ଏକ କୁକୁଡ଼ା ଭାଡ଼ିରେ ନାଗ ସାପ ପଶି ଏକ କୁକୁଡ଼ାକୁ ମାରିବା ସହି ଏକ ମୂଷାକୁ ଗିଳି ଘରେ ଫସି ରହିଥିଲା । କୁକୁଡ଼ାଙ୍କ ଚିତ୍କାର ଶୁଣି ପରିବାର ଲୋକେ କୁକୁଡ଼ା ଭାଡ଼ି ଦେଖିବା ସମୟରେ ବିରାଟ ନାଗସାପ ଦେଖି ଭୟଭୀତ ହୋଇ ପ୍ରଶିକ୍ଷିତ ସାପ ଧରାଳି ସୌମ୍ୟଜିତ୍ ବେହୁରା ଙ୍କ ସହିତ ଯୋଗାଯୋଗ କରିଥିଲେ । ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସତର୍କତା ଅବଲମ୍ବନ କରି ବିଷଧର ନାଗ ସାପକୁ ଉଦ୍ଧାର କରି ସୁରକ୍ଷିତ ଭାବେ ପାଖ ଜଙ୍ଗଲରେ ଛାଡି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *