ବଡମ୍ବା ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ଶ୍ରାବଣ ଶେଷ ସୋମବାର ରେ ସିଂହନାଥ ପୀଠ ରେ ଜଳ ଲାଗି କଲେ ପାଞ୍ଚ ହଜାର ରୁ ଉର୍ଦ୍ଧ କାଉଡ଼ିଆ ! ଆଜି ଶ୍ରାବଣ ମାସର ଶେଷ ସୋମବାର । ଚଳଚଞ୍ଚଳ ପ୍ରତ୍ୟକ ଶୈବ ପୀଠ । ମାନସିକଧାରି ଶ୍ରାବଣ ମାସ ଯାକ ନିଷ୍ଠା ପର ବ୍ରତ ରେ ରହିଥାନ୍ତି । ପ୍ରତ୍ୟକ ସୋମବାର ରେ ବାବା ଙ୍କ ମସ୍ତକ ରେ ଜଳ ଲାଗି କରିଥାନ୍ତି । ଶ୍ରାବଣ ମାସର ଶେଷ ସୋମବାର ଥିବାରୁ କଟକ ଜିଲ୍ଲାର ସର୍ବ ପୁରାତବ ଶୈବ ପୀଠ ବାବା ସିଂହନାଥ ରେ ବୋଲବମ କାଉଡ଼ିଆ ଙ୍କ ବ୍ୟାପକ ସମାଗମ ଦେଖିବାକୁ ମିଳିଥିଲା । ବାବାଙ୍କୁ ଦର୍ଶନ କରି ଶୃଙ୍ଖଳିତ ଭାବରେ ଧାଡି ମାଧ୍ୟମ ରେ ଠିଆ ହୋଇ ବାବା ସିଂହନାଥ ଙ୍କ ମସ୍ତକ ରେ ଜଳଲାଗି କରିଥିଲେ କାଉଡ଼ିଆ । ଶେଷ ସୋମବାର ଥିବାରୁ ଠାକୁରଙ୍କ ପହଡ଼ ଭୋର ତିନି ଘଟିକା ରେ ଖୋଲା ଯାଇ ଠାକୁର ଙ୍କ ନୀତିକାନ୍ତି ସମାପନ କରାଯାଇ ଭୋର ଚାରିଟା ରେ ସାଧାରଣ ଦର୍ଶନ କରାଯାଇଥିଲା। ବୋଲବମ ହର ହର ବମ ନାରା ରେ କମ୍ପୁଥିଲା ପୀଠ ର ପରିବେଶ । ମହାନଦୀ ମଧ୍ୟ ଭଗରେ ପୀଠଟି ଥିବାରୁ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଓଡ୍ରାଫ ଓ ପୋଲିସ ବ୍ୟବସ୍ତା କରାଯାଇଥିଲା । କାଉଡ଼ିଆ ଭକ୍ତ ମାନଙ୍କ ପାଇଁ ସିଂହନାଥ ବୋଲବମ ସଙ୍ଘ ପକ୍ଷରୁ ପ୍ରସାଦ ସେବନ ବ୍ୟବସ୍ତା କରାଯାଇଥିଲା !
ଶ୍ରାବଣ ଶେଷ ସୋମବାର ରେ ସିଂହନାଥ ପୀଠ ରେ ଜଳ ଲାଗି କଲେ ପାଞ୍ଚ ହଜାର ରୁ ଉର୍ଦ୍ଧ କାଉଡ଼ିଆ !!!

