ଦଶପଲ୍ଲା ବନାଞ୍ଚଳରୁ ପ୍ରଥମ ପର୍ଯ୍ୟାୟରେ ଦୁଇ ଟ୍ରିପ ରଥ କାଠ ଗଲା ପୁରୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଦଶପଲ୍ଲା ବନାଞ୍ଚଳରୁ ପ୍ରଥମ ପର୍ଯ୍ୟାୟରେ ଦୁଇ ଟ୍ରିପ ରଥକାଠ ପୁରୀ କୁ ଯାଇଛି । ରଥକାଠ ନୟାଗଡ଼ ରେ ପହଁଞ୍ଚିବା ପରେ ଜଗନ୍ନାଥ ମନ୍ଦିର ଠାରେ ପୂଜାର୍ଚ୍ଚନା ହୋଇଥିଲା। ରଥକାଠ କୁ ଜଗନ୍ନାଥ ମନ୍ଦିର ଠାରେ ବନଖଣ୍ଡ ଅଧିକାରୀ ଧନରାଜ ଏଚ ଡି , ଏସିଏଫ ଅରବିନ୍ଦ ମହାନ୍ତି, ଟାଉନ ଥାନା ଆଇଆଇସି ଜୟଦିପ ମହାନ୍ତି, ବନାଞ୍ଚଳ ଅଧିକାରୀ ନିଖିଳେସ ମଲ୍ଲିକ, ଜଗନ୍ନାଥ ମନ୍ଦିର ସୁପର ଭାଇଜର ନକୁଳ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ପୁରୀକୁ ୪୯ ଖଣ୍ଡ ରଥକାଠ ପଠାଯାଇଥିବାର ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *