ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ଶ୍ରୀଚନ୍ଦନପୁର (ହାଟବସ୍ତ) ପାଟ୍ଟଣା ସେବା ସମବାୟ ସମିତି ଲିଃ ସମ୍ମୁଖ ରେ ଧାରଣା ଦେଇଥିଲେ ଚାଷୀ। ସରକାରଙ୍କ ନିଦ୍ଦେର୍ଶ କ୍ରମେ ନାମ ପଞ୍ଜୀକରଣ କରିଥିବା ଚାଷୀଙ୍କ ଠାରୁ ୧୪୦୦୦ କ୍ବିଣ୍ଟାଲ୍ ର ଧାନ ମଣ୍ଡୀ ରୁ କ୍ରୟ କରିବାକୁ ଧାର୍ଯ୍ୟ ରଖିଛନ୍ତି ।
ନିୟମ ଅନୁଯାୟୀ ମଣ୍ଡି ରୁ ସପ୍ତାହ ରେ ୨ଥର ଧାନ ଉଠାଇବା କଥା, କିନ୍ତୁ ସପ୍ତାହ କୁ ୧ହଜାର କୁଇଣ୍ଟାଲ ଧାନ ଉଠାଇଛନ୍ତି । ଗତ ଡିସେମ୍ବର ମାସ ୨୯ ତାରିଖ ରୁ ଆାଜି ପର୍ଯ୍ୟନ୍ତ ଶ୍ରୀଚନ୍ଦନପୁର ପାଟ୍ଟଣା ସେବା ସମବାୟ ସମିତି ମଣ୍ଡି ରୁ ମୋଟ ରେ ୫୨୦୦ କ୍ବିଣ୍ଟାଲ୍ ଧାନ ଉଠାଯାଇଛି । ଯାହା ମୋଟ ପରିମାଣର ଶତକଡା ୩୫% ଭାଗ ଧାନ ଉଠା ଯାଇଛି । ଘଟଣା ସମ୍ପର୍କରେ ବାରମ୍ବାର ଅଭିଯୋଗ କରି ନିରାଶ ହେବାପରେ ଚାଷୀ ମାନେ ଗତ ନଅ ତାରିଖରେ ଧାରଣା ରେ ବସିଥିଲେ। କିନ୍ତୁ ଏହା ପରେ ACSO ଆସି ସବୁ ଧାନ ର ଉଠାଇବା ର ପ୍ରତିଶୃତି ଦେଇଥିଲେ । ଚାଷୀ ମାନଙ୍କ ର ଲିଷ୍ଟ କରି ଆନ୍ଦୋଳନ କୁ ଭାଙ୍ଗିଥିଲେ ।
କିନ୍ତୁ ଏଗାର ତାରିଖ ସୁଦ୍ଧା କୌଣସି ମିଲର କି କୈୗଣସି ଅଧିକାରୀ ଆସି ଧାନ ଉଠାଇ ନାହାନ୍ତି । ଚାଷୀ ମାନେ ବାସ୍ତରୀ ଘଣ୍ଟା ନିରବ ରହିବା ପରେ ଗତ ବାର ତାରିଖ ଦିନ ୧୧ ଟା ସମୟରୁ ଶତୃଘ୍ନ ଜେନା ଓ ବଂଶୀଧର ସାହୁ କିଛି ଚାଷୀ ମାନଙ୍କ ସହିତ ଅମରଣ ଅନଶନ ରେ ଶ୍ରୀଚନ୍ଦନପୁରୁ ସେବା ସମବାୟ ସମିତି ସମୁଖ ରେ ବସିଛନ୍ତି . କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ସେମାନଙ୍କ ନିକଟରେ ପହଞ୍ଚି ନାହାନ୍ତି ।