ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଦେଶ ସ୍ୱାଧୀନତାର ଅଣାଅସୀ ତମ ବର୍ଷକୁ ଧୁମ ଧାମରେ ବାଙ୍କୀ ଡମପଡା ବ୍ଲକର ତାଳବସ୍ତ ଏବଂ ଦୁଲଣାପୁର ଗ୍ରାମ ପଂଚାୟତ ଅଧୀନରେ ଥିବା ବହୁ ସ୍ବେଛାସେବୀ ଅନୁଷ୍ଠାନ, ସରକାରୀ, ବେସରକାରୀ ବିଦ୍ୟାଳୟ, ବ୍ୟାଙ୍କ, ଡାକ୍ତରଖାନା, ପଂଚାୟତ କାର୍ଯ୍ୟାଳୟ, ସମବାୟ ସମିତି, ଫାଣ୍ଡି ଓ ବନପାଳଙ୍କ କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ ମହା ସମାରୋହରେ ପାଳନ କରାଯାଇଛି | ଦୁଲଣାପୁର ଉଚ୍ଚ ବିଦ୍ୟାଳୟରେ ସ୍କୁଲ କମିଟି ସଭାପତି ଗଦାଧର ରାଉତ, ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ବେଉରା ଏବଂ ଦୁଲଣାପୁର ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦିଲୀପ ମହାପାତ୍ର, ତାଳବସ୍ତ ସ୍ଥିତ ଇଂରାଜୀ ଶିଶୁ ଖେଳ ବିଦ୍ୟାଳୟ ଦିବ୍ୟଜ୍ୟୋତିର ପ୍ରତିଷ୍ଠାତା ତଥା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶିବାନୀ ନାୟକ, ବିଦ୍ୟାଧରପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ସାହୁ, ଶିକ୍ଷକ ନେତା ଗଗନ ବେହେରା, ତାଳବସ୍ତ ଫାଣ୍ଡି ପରିସରରେ ଫାଣ୍ଡି ଅଧିକାରୀ ରତ୍ନାକର ପ୍ରଧାନ ଏବଂ ସମବାୟ ସମିତି ପରିସରରେ ସଭାପତି ଅକ୍ଷୟ କୁମାର ବେହେରା, ସମ୍ପାଦକ ପ୍ରଫୁଲ୍ଲ କୁମାର ଦାସ ପ୍ରମୁଖ ସହକର୍ମୀ ଓ ପିଲାମାନଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରିଥିଲେ | ଦେଶର ବୀର ସହୀଦ ଯୋଦ୍ଧା ମାନଙ୍କୁ ଏହି ଅବସରରେ ସ୍ମୃତି ଚାରଣ କରି ନିଜ କର୍ତ୍ତବ୍ୟ ଏବଂ ଭବିଷ୍ୟତ ଲକ୍ଷ ଉପରେ ସଦାସର୍ବଦା ସକାରାତ୍ମକ ଚିନ୍ତାଧାରା ଆଣିବା ପାଇଁ ଅତିଥି ମାନେ ନିଜର ସହକର୍ମୀ ଏବଂ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ | ସ୍କୁଲ ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ମହାପୁରୁଷ ମାନଙ୍କର ଜାତୀୟ ସ୍ଲୋ ଗାନ ଡାକରା ସହ ଗ୍ରାମ୍ୟ ଓ ବଜାର ପରିକ୍ରମା କରାଯାଇଥିଲା |

