ହିନ୍ଦୋଳ ଏନ ଏ ସି ରେ ୧୩ ଗୋଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀ ଗଣେଶ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ହିନ୍ଦୋଳ ଏନ ଏ ସି ରେ ୧୩ ଗୋଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀ ଗଣେଶ ! ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ NAC ର ବିଭିନ୍ନ ୱାର୍ଡ ର ପୂଜା କମିଟି ଓ କ୍ଲବ ମାନଙ୍କ ତରଫରୁ ଶ୍ରୀ ଗଣେଶ ଙ୍କ ପୂଜା ଆୟୋଜନ ହୋଇଛି l ହରିହାଟ ସାହି, ଅମଲା ପଡା, ଧୁନ୍ଦି ନାଳି, ସରଧାପୁର , କିଶୋରେକ୍ଲବ, ଗୋବିନ୍ଦ ବେରଣି, ଗୋବିନ୍ଦବେରଣି ହରିଜନ ସାହି, ନୂତନ ପାଟଣା, ସତ୍ୟସାଇ ପୂଜା କମିଟି, ମଧୁବନ ସାହି, ରାମ ପୂରିଆ ସାହି, ପଞ୍ଜିଆ ସାହି, ନୂଆ ପାଣି ସାହି ଏହି ପରି ୧୩ ଗୋଟି ପୂଜା ମଣ୍ଡପ ରେ ପୂଜା କରାଯାଉଛି l ପୂଜା ମଣ୍ଡପ ଗୁଡ଼ିକ ରେ ସନ୍ଧ୍ୟା ସମୟରେ ଗହଳି ଲାଗି ରହିଛି l ପୂଜା ମଣ୍ଡପ ଗୁଡିକରେ ପୋଲିସ ପ୍ରଶାସନ ତରଫରୁ ଶାନ୍ତି ଶୃଙ୍ଖଳା ନିମନ୍ତେ ସହଯୋଗ କରାଯାଉଛି l ପ୍ରଭୁ ଗଜାନନ ଭିନ୍ନ ଭିନ୍ନ ଦିନରେ ପୂଜା ମଣ୍ଡପ ଗୁଡିକରୁ ଭକ୍ତ ମାନଙ୍କୁ ଦର୍ଶନ ଦେଇ ଧରା ପୃଷ୍ଠରୁ ମେଲାଣି ନେବେ ବୋଲି ପୂଜା କମିଟି ମାନଙ୍କ ତରଫରୁ ଜଣା ପଡ଼ିଛି l

Leave a Reply

Your email address will not be published. Required fields are marked *