ପାରାଦିପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ମା ଦୁର୍ଗା ୟୁଥ୍ କମ୍ବାଇନସ ପକ୍ଷରୁ ବିଘ୍ନ ବିନାଶକ ଙ୍କ ପୂଜା , ଝଲସୁଛି ପାରାଦୀପ ସହର l ପାରାଦୀପ ର ମା ଦୁର୍ଗା ୟୁଥ୍ କମ୍ବାଇନସ ତରଫରୁ ବିଘ୍ନ ବିନାଶକ ଅଗ୍ରପୂଜ୍ୟ ଗଣପତି ଗଜାନନ ଙ୍କ ପୂଜା ମହା ଆଡ଼ମ୍ବରରେ ପାଳନ କରାଯାଉଛି ! ମା ଦୁର୍ଗା ୟୁଥ୍ କମ୍ବାଇନସ ଦୀର୍ଘ ଦିନ ଧରି ପ୍ରତି ବର୍ଷ ବିଭିନ୍ନ ପ୍ରକାର ନୂଆ ଢଙ୍ଗରେ ନୁଆ ରୂପରେ ପ୍ରଭୂ ଗଜାନନ ଙ୍କ ପୂଜା ପାଳନ କରି ଆସୁଛି ! ଏ ବର୍ଷ ନୂତନ ଭାବେ ପ୍ରଭୂ ଜଗତର ନାଥ ଜଗନ୍ନାଥ ଓ ଶ୍ରୀ ଗଣେଷ ଙ୍କୁ ନେଇ ପୂଜା ମହା ଆଡ଼ମ୍ବରରେ ପାଳନ କରାଯାଇଛି l ସାଜସଜ୍ଜା ମାଧ୍ୟମରେ ଗଛର ଉପକାରିତା କୁ ନେଇ ଜନସାଧାରଣ ଙ୍କୁ ମେସେଜ ମଧ୍ୟ ଦେଇଛନ୍ତି l ପୂଜାକୁ କ୍ଲବ୍ ର ସଭପତି ବିଜୟ ଦାସ ଏବଂ ଅନ୍ୟ ସଦସ୍ୟ ମାନଙ୍କ ତତ୍ତ୍ୱାବଧାନରେ କରା ଯାଇଥିବା ବେଳେ ପାରାଦୀପ ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ପ୍ରାଥୀ ନିରଞ୍ଜନ ବେହେରା ଯୋଗ ଦେଇ ପୂଜା ମଣ୍ଡପ ବୁଲି ଦେଖିବା ସହ କ୍ଲବ୍ ର ସମସ୍ତ ସଦସ୍ୟ ଙ୍କୁ ସାଧୁବାଦ ଜଣାଇଥିଲେ l
ମା ଦୁର୍ଗା ୟୁଥ୍ କମ୍ବାଇନସ ପକ୍ଷରୁ ବିଘ୍ନ ବିନାଶକ ଙ୍କ ପୂଜା !!!

