ଘଟପୂଜା ଉଦଯାପିତ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ତେଲୁଗୁ ସମ୍ପ୍ରଦାୟର ଯେଉଁ କିଛି ପର୍ବ ପର୍ବାଣୀ ରହିଛି ସେଥି ମଧ୍ୟରୁ ମା’ ଷୋଳପୁଅ ପୂଜା ବା ଘଟ ପୂଜାର ସ୍ୱତନ୍ତ୍ର ପରିଚୟ ରହିଛି। ଏହି ପୂଜାରେ ମୁଖ୍ୟତଃ ସମଗ୍ର ମାନବସମାଜର ମଙ୍ଗଳ ପାଇଁ କରା ଯାଇଥାଏ। ତେଲୁଗୁ ସମ୍ପ୍ରଦାୟ ପକ୍ଷରୁ ଏହି ପୂଜା ବିଶେଷ କରି ଦଶହରା ସମୟରେ ପାଳିତ ହୁଏ। ତେବେ ଚଳିତବର୍ଷ ସହରରେ ସବୁ ତେଲୁଗୁ ପୂଜା କମିଟି ପକ୍ଷରୁ ଏହି ପୂଜା ପୂର୍ବରୁ ଶେଷ ହୋଇଥିବା ବେଳେ ପଟାପୋଲ ମୋଚି ସାହି ପକ୍ଷରୁ ଏହା ବର୍ତ୍ତମାନ ପାଳିତ ହେଉଛି ଏବଂ ସହରରେ ଏହା ଶେଷ ଘଟ ପୂଜା ଯାହା ଦଶହରା ପରେ ପାଳିତ ହୋଇଥାଏ। ତେବେ ସହରର ସ୍ଥିତିକୁ ଲକ୍ଷରେ ରଖି ସମ୍ପ୍ରଦାୟ ପକ୍ଷରୁ ଖୁବ କମ ଲୋକଙ୍କ ଭିତରେ ବିନା ବାଜାବାଣରେ ପାଳିତ ହୋଇଯାଇଛି। ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ସହରରେ ଶାନ୍ତି ଶୃଙ୍ଖଳା ଫେରିବା ପ୍ରଥମ। ଏଣୁ ପ୍ରଶାସନିକ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଏହି ପୂଜାକୁ ଚଳିତବର୍ଷ ଆମେ ସୁରୁଖୁରୁରେ ଶେଷ କରିବାକୁ ଚେଷ୍ଟା କରିବୁ ।

Leave a Reply

Your email address will not be published. Required fields are marked *