ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଷୀଙ୍କ ବିଭିନ୍ନ ଦାବୀ ନେଇ ରାସ୍ତା ଅବରୋଧ ଓ ବିକ୍ଷୋଭ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଫରେଷ୍ଟ ଗେଟ ନିକଟରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ରାସ୍ତା ଅବରୋଧ ଓ ବିକ୍ଷୋଭ କରାଯାଇଛି । ଚାଷୀଙ୍କ ଠାରୁ ବିନା କଟନୀ ଛଟନୀରେ ସମସ୍ତ ଧନ ଉଠାଯାଉ, ସମସ୍ତ ଚାଷୀଙ୍କୁ ଅଖା ପଇସା ପ୍ରଦାନ କରାଯାଉ, ସ୍ମାର୍ଟ ମିଟର ନାମରେ ଶୋଷଣ ବନ୍ଦ କରାଯାଉ, ଚାଷୀଙ୍କୁ ପରିବହନ ପଇସା ପ୍ରଦାନ କରାଯାଉ ଏହି ଭଳି ବିଭିନ୍ନ ସମସ୍ୟା ନେଇ ରାସ୍ତା ଅବରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନବ ନିର୍ମାଣ କୃଷକ ସଙ୍ଗଠନର ଗଜପତି ଜିଲ୍ଲା ପ୍ରଭାରି ରଞ୍ଜିତ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ଏସ୍ ବାଲରାଜୁ,ମୋହନା ବିଧାୟକ ଦାଶରଥି ଗୋମାଙ୍ଗ,କୃଷକ ସଙ୍ଗଠନ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକଙ୍କ ସମେତ ବହୁ ଚାଷୀ ଉପସ୍ଥିତ ରହି ପ୍ରତିବାଦ କରିଥିଲେ ।

Leave a Reply

Your email address will not be published. Required fields are marked *