ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ନିର୍ବାଚନ ମଣ୍ଡଳୀର ଜଣେ ପରୋପକାରୀ ତଥା ବୟୋଜଷ୍ଠ ନାଗରିକ ତାଳବସ୍ତ ଗ୍ରାମର ଜଗନ୍ନାଥ ମୁଦୁଲିଙ୍କ ସ୍ମୁତିରେ ତାଳବସ୍ତ ବାଳକ ବିଦ୍ୟାଳୟ ପ୍ରାଙ୍ଗଣରେ ଯୁବ ସମାଜସେବୀ ଅକ୍ଷୟ କୁମାର ବେହେରାଙ୍କ ସଂଯୋଜନାରେ ଏକ ସ୍ମୁତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି | ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ତାଳବସ୍ତର ପୂର୍ବତନ ସରପଞ୍ଚ ଦୀନବନ୍ଧୁ ସାହୁ, ସଞ୍ଜୟ କୁମାର ମହାରଣା ମହାରଣା, ରଗଡି ଗ୍ରାମ ପଂଚାୟତର ସମିତିସଭ୍ୟ ଭାଗିରଥି ପାଣି, ତୁଳସୀପୁର ସରପଞ୍ଚ ନାରଣ କୁମାର , କୁସୁପଙ୍ଗି ସରପଞ୍ଚ ନରେଶ ବେଉରା, ଅରପୁର ଗ୍ରାମର ସାମାଜିକ କର୍ମି ସୁଧାଂଶୁ ଶେଖର ନାୟକ, 38 ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ସାହୁ, ମାଟିପାତ୍ର ଶିଳ୍ପୀ ଲଷ୍ମୀଧର ମୁଦୁଲି, ବାଙ୍କୀ ପ୍ରେସ କ୍ଲବର ବରିଷ୍ଠ ସାମ୍ବାଦିକ ସମେରେନ୍ଦ୍ର ମହାପାତ୍ର, ବାଙ୍କୀ ସମବାୟ ବ୍ୟାଙ୍କର ସଭାପତି ସୁବାସ ଚନ୍ଦ୍ର ପାଢ଼ୀ, ଡମପଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପାତ୍ର ପ୍ରମୁଖ ଯୋଗଦେଇ ଜଗନ୍ନାଥ ମୁଦୁଲିଙ୍କର ବହୁମୁଖି ପ୍ରତିଭା ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ | ଆଗାମୀ ଦିନରେ ଜଗନ୍ନାଥ ମୁଦୁଲିଙ୍କ ନାମରେ ସାମାଜିକ ଅନୁଷ୍ଠାନ ସହିତ ପ୍ରତିମୂର୍ତ୍ତି ସ୍ଥାପନ କାର୍ଯ୍ୟ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ସୌଜନ୍ୟରେ କରାଯିବ ବୋଲି ଘୋଷଣା କରାଯାଇଥିଲା | ଶେଷରେ ରବୀନ୍ଦ୍ର କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ |
ତାଳବସ୍ତର ପରୋପକାରୀ ମଣିଷ ଜଗନ୍ନାଥ ମୁଦୁଲିଙ୍କ ସ୍ମୃତିରେ ଶୋକସଭା !!!

