ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : “”ସେବା ହିଁ ପରମ ଧର୍ମ “” ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ମହେନ୍ଦ୍ରତନୟା ଆଶ୍ରମ ସ୍କୁଲ ଗ୍ରାମ ବିକାଶ କଇଁପୁର ଠାରେ ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଭକ୍ତମାନଙ୍କ ପାଇଁ ପ୍ରସାଦ ପ୍ରସ୍ତୁତି କରିବା ସହ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରି ପର୍ବତ ଶିଖରରେ ମିଠାଅର୍ଣ୍ଣ ବଣ୍ଟନ କରାଯାଇଥିଲା। ପ୍ରଭୁ ଯୁଧିଷ୍ଠିର ଓ ପର୍ଶୁରାମ ମନ୍ଦିର ପ୍ରାଙ୍ଗଣରେ ହଜାର ହଜାର ଭକ୍ତଙ୍କ ସମାଗମରେ ଅତି ଆନନ୍ଦର ସହ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରିବାର ଅନୁଭୁତି ନିଆରା ଥିଲା। ଭକ୍ତ ମାନେ ଶୃଙ୍ଖଳା ର ସହିତ ଧାଡି ବାନ୍ଧି ଆସି ପ୍ରସାଦ ସେବନ କରି ନିଜକୁ ଧନ୍ୟମନେ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ପରିଚାଳନା କରିବା ସହ ମହେନ୍ଦ୍ରତନୟା ଗ୍ରାମ ବିକାଶ ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରକାଶ କୁମାର ଜେନାଙ୍କ ଓ ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ଶ୍ରୀ ସଂଜୀବ କୁମାର ଦାସ ସହଯୋଗରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଜୁନିଅର ରେଡ଼କ୍ରସର ପରାମର୍ଶଦାତା ଏବଂ ଭାରତ ସ୍କାଉଟ ଓ ଗାଇଡ଼ ର ସ୍କାଉଟମାଷ୍ଟର ଓ ଗାଇଡ଼ କ୍ୟାପଟେନ ନିରନ୍ତର ପରିଶ୍ରମ କରି ହଜାର ହଜାର ଭକ୍ତଙ୍କୁ ମିଠାଅର୍ଣ୍ଣ ବଣ୍ଟନ କରି ସ୍ଥାନୀୟ ଲୋକଙ୍କର ପ୍ରିୟପାତ୍ର ହୋଇପାରିଛନ୍ତି।ଜିଲ୍ଲା ଜୁନିଅର ରେଡକ୍ରସର ସମ୍ବଳ ସାଧନକର୍ମୀ ଶ୍ରୀ ମୁକ୍ତିକାନ୍ତ ମଲ୍ଲିକ୍, ଜିଲ୍ଲା ସମ୍ବଳ ସାଧନ କର୍ମୀ ଶ୍ରୀ ନୀତେଶ ଲେଙ୍କା ଏବଂ ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡ଼ ର ଗାଇଡ଼ କ୍ୟାପଟେନ ଦର୍ଶିତା ପଟ୍ଟନାୟକ, ସ୍କାଉଟ ମାଷ୍ଟର ପ୍ରକାଶ ଚନ୍ଦ୍ର ବର୍ଦ୍ଧନ, ସୁବ୍ରତ କୁମାର ନାୟକ, ଅମୀର କାର୍ଜୀ, ଅଭିମନ୍ୟୁ ଗମାଙ୍ଗ,ସନ୍ତୋଷ କୁମାର କଲ୍ୟାଣୀ,କେ. ବାସୁଦେବ ରେଡି ପ୍ରମୁଖ ଯୋଗଦାନ କରି ସେବା ଶିବର କୁ ସଫଳ କରିଥିଲେ। ପରିଶେଷରେ ଜିଲ୍ଲାର ବରିଷ୍ଠ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସହଯୋଗ ଓ ସାହାଯ୍ୟର ହାତ ବଢ଼େଇ ଥିବାରୁ ଜିଲ୍ଲା ଶିକ୍ଷାଧିକାରୀ ଓ ଶିବିର ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରାଯାଉଛି। ଶେଷରେ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ସ୍କାଉଟ ଓ ରେଡ଼କ୍ରସର ସ୍ବେଛାସେବୀ ମାନେ ଯୋଗଦାନ କରି ଶିବିରକୁ ଆକର୍ଷିତ କରିବା ସହ ସଫଳ କରିଥିଲେ।

