ମେଧାବୀ ଛାତ୍ରଙ୍କୁ ସମ୍ବର୍ଦ୍ଧନା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ବିଜ୍ଞାପିତ କ୍ଷେତ୍ର ପରିଷଦ ଅନ୍ତର୍ଗତ ଚକାପଦା ଗ୍ରାମର ଅଗ୍ରଣୀ ଯୁବ ଅନୁଷ୍ଠାନ ଆଦର୍ଶ ଯୁବ ପରିଷଦ ପକ୍ଷରୁ ଡମପଡ଼ା ବ୍ଲକ ଅନ୍ତର୍ଗତ ତାଳବସ୍ତ ପଞ୍ଚାୟତ ଅଧିନସ୍ଥ ସାମନ୍ତରାପୁର ଗ୍ରାମରେ ଅବସ୍ଥିତ ଇନ୍ଦିରା ପ୍ରିୟଦର୍ଶିନୀ ଆଦିବାସୀ ଉଚ୍ଚ ବିଦ୍ୟାଳୟର ମେଧାବୀ ଛାତ୍ର ସୌମ୍ୟରଞ୍ଜନ ସାହୁଙ୍କୁ ତାଙ୍କର ସାମନ୍ତରାପୁରସ୍ଥିତ ବାସଭବନରେ ସମ୍ବର୍ଦ୍ଧିତ କରାଯାଇଛି । ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ସେ ଏ୧ରେ (540 ନମ୍ବର 90%) ନମ୍ବର ରଖି ଉତୀର୍ଣ୍ଣ ହୋଇଛନ୍ତି | ସୌମ୍ୟରଞ୍ଜନ ନିଜ ଅଞ୍ଚଳର ସୁନାମ ଆଣିଛନ୍ତି । ପରିଷଦର ଆବାହକ ଅକ୍ଷୟ କୁମାର ସାମଲଙ୍କ ପରିଚାଳନାରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିଥି ଭାବରେ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ସମାଜସେବୀ ବିଶ୍ଵ ରଞ୍ଜନ ସ୍ବାଇଁ, ପିତା ସନ୍ତୋଷ କୁମାର ସାହୁ, ବିଦ୍ୟାଳୟର ପ୍ରଧାନଶିକ୍ଷକ ପବିତ୍ର ମୋହନ ଷଡଙ୍ଗୀ ଓ ମାତା ମମତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପରିଷଦର ଉକ୍ତ କାର୍ଯ୍ୟକ୍ରମକୁ ପରିବାର ତଥା ବିଦ୍ୟାଳୟ ତରଫରୁ ସାଧୁବାଦ ଦିଆଯାଇଥିଲା । ପରିଷଦର ସଭାପତି ନିରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *