ସହରରେ ଦିନକୁ ଦିନ ବଢୁଛି ଡିଜେ ଶବ୍ଦ ପ୍ରଦୂଷଣ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସହରରେ ଦିନକୁ ଦିନ ବଢୁଛି ଡିଜେ ଶବ୍ଦ ପ୍ରଦୂଷଣ ! ଯେତିକି ଶବ୍ଦରେ ବାଜିବା କଥା ତ। ଠାରୁ ଅଧିକ ଶବ୍ଦରେ ବାଜିବା ଦ୍ୱାରା ଲୋକମାନେ ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଦିନ କୁ ଦିନ ଶବ୍ଦ ପ୍ରଦୂଷଣ ବୃଦ୍ଧି ପାଉଛି । ବାହାଘର ହେଉ ବ୍ରତଘର ହେଉ , ଠାକୁରାଣୀ ପର୍ବ ଏହିଭଳି ବିଭିନ୍ନ କାର୍ଯ୍ୟକ୍ରମରେ ଡିଜେ ବଜା ଯାଉଛି । ଏହି ଡି ଜେ ବାଜିବା ଦ୍ଵାରା ଏତେ ଜୋର ଶବ୍ଦ ହେଉଛି ଯେ , ବୟୋଜ୍ୟେଷ୍ଠ ବ୍ୟକ୍ତି, ହୃଦ୍ରୋଗୀ ଓ ଛୋଟ ଶିଶୁ ମାନଙ୍କର ଏହି ଶବ୍ଦ ଦ୍ବାରା ବହୁତ ଅସୁବିଧା ହେଉଛି । କେତେବେଳେ କାହାର ପ୍ରାଣ ବାୟୁ ଚାଲିଯିବ କହି ହେବ ନାହିଁ । ଡିଜେ ଦ୍ଵାରା ଘର ଛାତ କବାଟ ଦୋହଲିବାରେ ଲାଗିଛି । ପୋଲିସ ତଦାରଖ କରିବା କଥା , ଯିଏ ଅନୁମତି ଦେଉଛନ୍ତି ଜିଲ୍ଲା ପ୍ରଶାସନ ତଦାରଖ କରିବା କଥା , ରାସ୍ତାରେ ଏତେ ଶବ୍ଦ ଓ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ମଦ ପିଇ ମାତାଲ୍ ହୋଇ ରାସ୍ତା ଅବରୋଧ ସାଙ୍ଗକୁ ଜନ ଗହଳି ସ୍ଥାନରେ ବଜାର ମଝିରେ, ମୁଖ୍ୟ ରାସ୍ତା ଉପରେ ବ।ଣ ଫୁଟେଇ ଆତସ ବାଜି କରିବା ଦ୍ବାରା ଜନସାଧାରଣ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଓ ରାସ୍ତା ଅବରୋଧ କରି ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ସେଠାରେ ପୋଲିସ ସେମାନଙ୍କୁ ତାଗିଦ କରିବା କଥା , କିଛି ହେଉନାହିଁ ! ଯାହା ଫଳରେ ସେମାନେ ମଦ ପିଇ ରାସ୍ତାକୁ ଅବରୋଧ କରିବା ସହ କାହାକୁ ଖାତିର କରୁ ନାହାନ୍ତି । ଜିଲ୍ଲା ପ୍ରଶାସନ ସେମାନଙ୍କୁ ଡାକି ତାଗିଦ କରିବା ସହ ସଚେତନତା କରିବା କଥା ତାହା ବି ହେଉନାହିଁ। ଏଥି ପ୍ରତି ଜିଲ୍ଲା ପ୍ରଶାସନ ର ଦୃଷ୍ଟି ପଡ଼ିଲେ ଜନ ସାଧାରଣ ଉପକୃତ ହେବେ ।

Leave a Reply

Your email address will not be published. Required fields are marked *