ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ସ୍ୱଦେଶୀ ଚିନ୍ତାଧାରାର ପ୍ରଚାର ଓ ଆତ୍ମନିର୍ଭର ଭାରତ ଗଠନର ଲକ୍ଷ୍ୟ ନେଇ ସ୍ୱଦେଶୀ ଜାଗରଣ ମଞ୍ଚ, ନୟାଗଡ଼ ଜିଲ୍ଲା ପକ୍ଷରୁ ଏକ ବିଚାର ବର୍ଗ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଐତିହାସିକ ଓ ଅଧିବକ୍ତା ଶ୍ରୀଯୁକ୍ତ ଚନ୍ଦ୍ର ବିଜୟୀ ମିଶ୍ର ଯୋଗଦେଇ ସ୍ୱଦେଶୀ ଆନ୍ଦୋଳନର ଆବଶ୍ୟକତା, ଦେଶୀୟ ଉତ୍ପାଦର ବ୍ୟବହାର ଏବଂ ଭାରତୀୟ ସଂସ୍କୃତିର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନ (ପ୍ରଭାରୀ, ବିକଶିତ ଭାରତ), ଶ୍ରୀଯୁକ୍ତ ପ୍ରଶାନ୍ତ ଭୂୟାଁ (ଓଡ଼ିଶା ପୂର୍ବ ପ୍ରାନ୍ତ ସହ-ସଂଯୋଜକ), ଶ୍ରୀଯୁକ୍ତ ବିଶ୍ୱମ୍ବର ପଣ୍ଡା (ପୁରୀ ବିଭାଗ ସଂଯୋଜକ) ଓ ଶ୍ରୀଯୁକ୍ତ ହୃଷିକେଶ ପ୍ରଧାନ (ପୂର୍ଣ୍ଣକାଳୀନ, ସ୍ୱଦେଶୀ ଜାଗରଣ ମଞ୍ଚ) ଉପସ୍ଥିତ ରହି ସ୍ୱଦେଶୀ ଜାଗରଣର ବିଭିନ୍ନ ପ୍ରସଙ୍ଗରେ ମତବ୍ୟକ୍ତ କରିଥିଲେ । ଏହି ବିଚାର ବର୍ଗରେ ପ୍ରାୟ ୫୦ ଜଣ ପୁରୁଷ ଓ ମହିଳା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ସମସ୍ତଙ୍କ ସହଯୋଗ ପାଇଁ ଆୟୋଜକମାନେ କୃତଜ୍ଞତା ଜଣାଇଥିଲେ ।
ନୟାଗଡ଼ରେ ସ୍ୱଦେଶୀ ଜାଗରଣ ମଞ୍ଚର ବିଚାର ବର୍ଗ ଅନୁଷ୍ଠିତ !!!

