ଜୟପୁର ପେପର ମିଲ ପାଇଁ ଜୟପୁର ର ଦରଦୀ ବିଧାୟକ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଜୟପୁର ପେପର ମିଲ ପାଇଁ ଜୟପୁର ର ଦରଦୀ ବିଧାୟକ l କୋରାପୁଟ ଜିଲ୍ଲା ର ଏକ ମାତ୍ର ଶିଳ୍ପ ପ୍ରତିଷ୍ଠାନ ରୂପେ ଅତୀତ ରେ ଅଭିବକ୍ତ କୋରାପୁଟ ଜିଲ୍ଲା ରେ ନାଁ କମେଇଥିବା ଜୟପୁର ପେପେର ମିଲ ଦୀର୍ଘ ବର୍ଷ ହେଲା ବନ୍ଦ ରହିଥିବା ଯୋଗୁଁ ତା ଉପରେ ନିର୍ଭର କରି ବଞ୍ଚୁଥିବା ହଜାର ହଜାର ଶ୍ରମିକ ନିଜର ଭିଟା ମାଟି ହରେଇବା ସହ ଗୁଜୁରାଣ ହରାଇଛନ୍ତି l ତେଣୁ ସେହି ପେପେର ମିଲ କୁ ପୁଣିଥରେ କାଯ୍ୟକ୍ଷମ କରିବାକୁ ଆଜି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କୋରାପୁଟ ଜିଲ୍ଲାପାଳ ଙ୍କ ଅଫିସ ସାମ୍ନା ରେ ଏକ ସାଧାରଣ ସଭା କରିବା ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ l ସବୁଠୁ ବଡ଼ କଥା ହେଲା ଅତୀତ ରେ ଏହି ପେପେର ମିଲ ବନ୍ଦ କୁ ନେଇ ବିଭିନ୍ନ ରାଜନୀତିକ ଦଳ ପ୍ରତିଯୋଗିତା କରିଥିବା ବେଳେ ଏବେ ପୁଣି ଥରେ ସେହି ବନ୍ଦ ପେପେର ମିଲ ର ପୁନଃ ଉଦ୍ଧାର ପାଇଁ ଜୟପୁର ବିଧାୟକ ଅଣ୍ଟା ଭିଡ଼ିବା ରାଜନୀତିକ ଉଷ୍ମତା କୁ ଉଜ୍ଜବିତ କରିଛି l

Leave a Reply

Your email address will not be published. Required fields are marked *