କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜ୍ୟ ପୋଲିସ ମହାନିର୍ଦେଶକ ୟାଇ ବି ଖୁରlଣୀୟl ଦିନିକିଆ କୋରାପୁଟ ଗସ୍ତ ରେ ଆସିବେ ! ବରିଷ୍ଠ ପୋଲିସ ପଦାଧିକାରୀ ଙ୍କୁ ଟ୍ରଫି ପ୍ରଦାନ କରିବା ସହ ଅନ୍ୟାନ୍ୟ କାଯ୍ୟକ୍ରମ ରେ ଯୋଗଦେବେ , ଆଉ ଏ ପରିପ୍ରେକ୍ଷୀରେ ମିଡ଼ିଆ କୁ ବି ସମ୍ବୋଧନ କରିବେ ! ଏମିତି ଖବର ପାଇ ପୋଲିସ ପ୍ରଶାସନ ଠୁ ଧରି ଗଣମାଧ୍ୟମ ପ୍ରତିନିଧି ଯାଏଁ ସମସ୍ତେ ତତ୍ପର ହୋଇ ଉଠିଲେ l ଗାର୍ଡ ଅଫ ଅନର ଠୁ ଧରିକି ରାସ୍ତା ରେ ପୋଲିସ ବ୍ୟବସ୍ଥା ଯାଏଁ ସମସ୍ତ ବ୍ୟବସ୍ଥା ପୋଲିସ ପ୍ରଶାସନ କରିଦେଲେ , ସାଇରନ ମାରି ନାଲିବତୀ ଗାଡି ସହର ରେ ଚକ୍କର ମାରିଲା ! ନିର୍ଦ୍ଧାରିତ ସମୟ ଅତିକ୍ରମ ହୋଇଗଲା , ଆଉ ହଠାତ ଖବର ଆସିଲା ବଡ଼ବାବୁ କୋରାପୁଟ ଗସ୍ତ ବାତିଲ କରିଦେଲେ l ଅବଶ୍ୟ ଏହା ବିଭାଗୀୟ ପଦାଧିକାରୀ ଙ୍କ ପାଇଁ ଆଶ୍ବସ୍ତି ର ବିଷୟ ହୋଇପାରେ ହେଲେ ମୁନିବ ଙ୍କ ଗସ୍ତ ପାଇଁ ପୋଲିସ ପ୍ରଶାସନ ଦିନ ରାତି ଏକ କରି ଯେଉଁ ପରିଶ୍ରମ କରିଥିଲେ , ଅବା ମୁରବୀ ଙ୍କ ହାତରୁ ଟ୍ରଫି ପାଇବା ପାଇଁ ଯେଉଁ ପୋଲିସ ପଦାଧିକାରୀ ମାନେ ସ୍ବପ୍ନ ଦେଖିଥିଲେ ତାହା ବହୁଆଡ଼ମ୍ବର ରେ ଲଘୁକ୍ରିୟା ପରି ମନେ ହେଉଥିବା ର ସାଧାରଣ ରେ ଆଲୋଚନା ହେଉଛି l
ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକଙ୍କ ଗସ୍ତ ଖବର : ବହୁ ଆଡ଼ମ୍ବର ରେ ଲଘୁକ୍ରିୟା !!!

