ମାଟି ମାଫିଆ ଙ୍କୁ ମାଡି ବସିଲା ଜିଲ୍ଲା ପ୍ରଶାସନ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ରବୀନ ବିଶ୍ୱାସ : ରାତି ହେଲେ ଗର୍ଜୁଥିଲା ହାଇୱା…ଆଉ ଅନ୍ଧାର ଭିତରେ ଚାଲୁଥିଲା ମାଟିର କଳା କାରବାର । ଜିଲ୍ଲା ପ୍ରଶାସନର ନାକ ତଳେ ବର୍ଷରୁ ବର୍ଷ ସକ୍ରିୟ ଥିଲେ ମାଟି ମାଫିଆ । ବଡ଼ ବଡ଼ ମେସିନ୍ ଲଗାଇ ରାତାରାତି ଖୋଳା ଯାଉଥିଲା ମାଟି, ଆଉ ଶହ ଶହ ହାଇୱାରେ ହେଉଥିଲା ଚାଲାଣ । ସରକାରଙ୍କ ରାଜସ୍ୱକୁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି କରି ଚାଲିଥିଲା ଏହି ଚୋରା ସାମ୍ରାଜ୍ୟ । ଗତକାଲି ମଧ୍ୟରାତ୍ରିରେ କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲାପାଳ ଓ ଏସ୍ପି ହଠାତ୍ ପହଞ୍ଚିଥିଲେ ଫତେପୁର ପଞ୍ଚାୟତ ଜଳଧରପୂର ଗାଁରେ । ଆଉ ଦୃଶ୍ୟ ଦେଖି ସେମାନେ ମଧ୍ୟ ତାଜୁବ୍ । ଅଧିକାରୀଙ୍କ ଗାଡ଼ି ଦେଖି ଛତ୍ରଭଙ୍ଗ ଦେଇଥିଲେ ମାଟି ମାଫିଆ । କେହି ମେସିନ୍ ଛାଡ଼ି ପଳାଇଥିଲେ, କେହି ହାଇୱା ନେଇ ଫେରାର ହେବାକୁ ଚେଷ୍ଟା କରିଥିଲେ । ଶେଷରେ ଜିଲ୍ଲା ପ୍ରଶାସନର ବଡ଼ ଆକ୍ସନ । ୧୦ରୁ ଅଧିକ ହାଇୱା, ସାତଟି ବଡ଼ ମେସିନ୍ ଜବତ ହେବା ସହ ଚାରିଜଣଙ୍କୁ ଅଟକ ରଖିଛି କୁଜଙ୍ଗ ପୋଲିସ । କିନ୍ତୁ ଏବେ ସାଧାରଣରେ ବଡ଼ ପ୍ରଶ୍ନ – ଏତେ ବଡ଼ ସିଣ୍ଡିକେଟ୍ କାହା ବଳରେ ଚାଲୁଥିଲା ? ପୋଲିସ ସବୁ ଜାଣି ନିରବ ଥିଲା କି ? ନା ରାଜନେତାଙ୍କ ଛତ୍ରଛାୟାରେ ଚାଲିଥିଲା ଏହି ଚୋରା ମାଟି କାରବାର ? ଯେଉଁମାନେ ପ୍ରତିବାଦ କରୁଥିଲେ, ସେମାନଙ୍କୁ ଦେଖାଯାଉଥିଲା ନାଲି ଆଖି । ଆଉ ବର୍ଷରୁ ବର୍ଷ ଧରି ନୀତି ନିୟମକୁ ମୋଡ଼ି ମକଚି ଚାଲିଥିଲା ମାଟି ଲୁଟ୍ । ଏବେ ଦେଖିବାକୁ ବାକି ଏହି ଆକ୍ସନ କେବଳ ଚଢ଼ାଉରେ ସୀମିତ ରହିବ, ନା ଏହାର ପଛରେ ଥିବା ମାଷ୍ଟର ମାଇଣ୍ଡ ନିକଟରେ ପହଞ୍ଚି ପାରିବ ତ ପ୍ରଶାସନ ।

Leave a Reply

Your email address will not be published. Required fields are marked *