କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କମିଶନରରେଟ ପୋଲିସ ର କଟକ ରେ ଥିବା ପୋଲିସ ଥାନା ମାନଙ୍କ ରେ ଅଫିସର ଙ୍କ ମରୁଡି | ଅଫିସର ଅଭାବରୁ କେଶ କ୍ଲୋଜିଂଗ ହେଉଛି ଡେରି | କଉ ଥାନାରେ ୩ ଜଣ ଅଫିସର ଥିବା ବେଳେ କଉ ଥାନାରେ ଦୁଇ ଜଣ କମିଶନରରେଟ ପୋଲିସ ରେ ପୋଲିସ ଅଫିସର ଅଭାବ | ଶୁଣିବାକୁ କେହି ନାହାନ୍ତି ହତାଶ ରେ କଟକ ରେ ଥିବା ସମସ୍ତ ଥାନା | ପ୍ରଶ୍ନ ଉଠୁଛି କେବେ ଥାନାକୁ ମିଳିବେ ପଯ୍ୟାପ୍ତ ଅଫିସର |
କମିଶନରରେଟ ପୋଲିସ ଅଧୀନରେ ଥିବା କଟକ ସହରର ପୋଲିସ ବ୍ୟବସ୍ଥାକୁ ନେଇ ଏବେ ଗଭୀର ପ୍ରଶ୍ନ ଉଠିଛି। ଟୁଇନ ସିଟି ଭାବେ ପରିଚିତ କଟକ-ଭୁବନେଶ୍ୱର ମଧ୍ୟରୁ କଟକରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଚିନ୍ତାଜନକ ହେଉଥିବା ବେଳେ, ସବୁଠାରୁ ବଡ଼ ସମସ୍ୟା ସାଜିଛି ପୋଲିସ ଅଫିସରଙ୍କ ଭୟଙ୍କର ଅଭାବ। ସହରର ବିଭିନ୍ନ ଥାନାରେ ଆବଶ୍ୟକ ଅନୁଯାୟୀ ଅଫିସର ନଥିବାରୁ ତଦନ୍ତ କାମ ଠପ୍ ପଡିଯାଉଛି ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ କେସ ମାସ ମାସ ଧରି ପେଣ୍ଡିଂ ରହୁଛି ।
ସୂଚନା ଅନୁଯାୟୀ କଟକର କେତେକ ଥାନାରେ ମାତ୍ର ୨ ରୁ ୩ ଜଣ ଅଫିସରଙ୍କୁ ନେଇ ସମଗ୍ର ଥାନା ଚାଲିଛି। ଦିନକୁ ଦିନ ଅପରାଧ ବଢୁଥିବା ବେଳେ ଏତେ କମ୍ ଅଫିସରରେ କେମିତି ଆଇନ ଶୃଙ୍ଖଳା ସମ୍ଭାଳିବ ପୋଲିସ, ସେଥିପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଏବେ ଭୟ ଓ ଅସନ୍ତୋଷ ଦେଖାଦେଇଛି। ଚୋରି, ଲୁଟ, ମହିଳାଙ୍କୁ ନିର୍ଯାତନା, ସାଇବର ଠକେଇ ଓ ଗ୍ୟାଙ୍ଗ ଆକ୍ରମଣ ଭଳି ଘଟଣା ବଢୁଥିବା ସତ୍ତ୍ୱେ ଅଫିସର ଅଭାବ ଯୋଗୁଁ ତଦନ୍ତରେ ଗତି ଆସୁନାହିଁ।

