ସମାଜ ସେବା ପାଇଁ ଗଜପତିର କିଶୋର ଚନ୍ଦ୍ର ଦାସ ସମ୍ମାନୀତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସମାଜସେବା ପାଇଁ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଶିକ୍ଷକ କିଶୋର ଚନ୍ଦ୍ର ଦାସଙ୍କୁ ମହାରାଷ୍ଟ୍ର ରାଜ୍ୟର ପୁନେ ସହରରେ ହୋଟେଲ ନିଉ ମୋଶୀ ଗ୍ରାଣ୍ଡ ସମ୍ମିଳନୀ କକ୍ଷରେ ସମ୍ମାନିତ।ଉକ୍ତ କାର୍ଯ୍ୟ କ୍ରମରେ ଗଜପତିର ସମାଜସେବୀ କିଶୋର ଚନ୍ଦ୍ର ଦାସଙ୍କୁ ମୁମେଣ୍ଟ,ଉପଢୌକନ ଓ ମାନପ‌ତ୍ର ପ୍ରଦାନ କରି ସମାଜସେବା ପାଇଁ ସମ୍ମାନିତ କରାଯାଇଅଛି । ଭାରତୀୟ ଆୱାର୍ଡ କାଉନସିଲ ପ୍ରତିଷ୍ଠାତା ଡ଼କ୍ଟର ଅନୁ କ୍ରିଷ୍ଣା, ମୁଖ୍ୟ ଅତିଥି ଅଧକ୍ଷ ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲ, ଡ଼କ୍ଟର ଆଲୋକ କୁମାର ବୋଷ, ସନ୍ନମାନୀୟ ଅତିଥି ଅଧକ୍ଷ ମାନବ ଅଧିକାର ଆସୋସିସନ ଶିବଦାସ ନାରାୟଣ ମହାଜନ ଓ ବରିଷ୍ଠ ଅତିଥି ବିଜୟ ଜ୍ଞାନେଶ୍ୱର ଚହ୍ୱାନ ଉପସ୍ଥିତ ହୋଇଥିଲେ। ମୁଖ୍ୟ ଅତିଥି ଡ଼କ୍ଟର ଆଲୋକ କୁମାର ବୋଷ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଡ଼କ୍ଟର ବୋଷ ସମାଜସେଵୀ ମାନଙ୍କ ଭୂମିକା, ଦାୟିତ୍ଵ ବୋଧ ଏବଂ ସମାଜସେବୀର ମୂଲ୍ୟବୋଧ ଉପରେ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ସମାଜସେବୀ ମାନ‌ଙ୍କ ସ୍ୱାଧୀନତା, ସୁରକ୍ଷା ଓ ଉନ୍ନତି ସମ୍ପର୍କରେ ଆଲୋଚନା ରଖି ଥିଲେ ।ଡ଼କ୍ଟର ଅନୁ କ୍ରିଷ୍ଣା ମଞ୍ଚ ପରିଚାଳନା କରିଥିବା ବେଳେ ସମାଜସେଵୀ ମାନଙ୍କ ବିଭିନ୍ନ କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଥିଲେ ।ଭାରତୀୟ ଆୱାର୍ଡ କାଉନସିଲ ପ୍ରତିଷ୍ଠାତା ଡ଼କ୍ଟର ଅନୁ କ୍ରିଷ୍ଣା କହିଛନ୍ତି ଗଜପତିର କିଶୋର ଚନ୍ଦ୍ର ଦାସ, ରୋଗୀ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାର ସହଯୋଗ କରି ଏହି ମହାନ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଉଅଛି । କିଶୋର ଚନ୍ଦ୍ର ଦାସଙ୍କୁ ସାମାଜିକ ସେବା ପାଇଁ ସମ୍ମାନିତ ହୋଇଥିବାରୁ ଗଜପତି ଜିଲ୍ଲାରେ ବୁଦ୍ଧିଜୀବି ମହଲରେ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟିଛି ।

Leave a Reply

Your email address will not be published. Required fields are marked *