ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଅଂଶୁଘାତ ଜନିତ ସଚେତନତା ଓ ଛତା ବଣ୍ଟନ କାର୍ଯ୍ୟକ୍ରମ | ବାଙ୍କୀ ଏନ୍.ଏ.ସି ଅନ୍ତର୍ଗତ ଚକାପଦା ଗ୍ରାମ ଠାରେ ଆଦର୍ଶ ଯୁବ ପରିଷଦ ତରଫରୁ ଅଂଶୁଘାତ ଜନିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଗ୍ରାମର ବୟସ୍କ ବ୍ୟକ୍ତି ମାନଙ୍କୁ ଖରା ଦାଉରୁ ରକ୍ଷା କରାଯିବା ପାଇଁ ଛତା ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଆଦର୍ଶ ଯୁବ ପରିଷଦର ଆବାହକ ଅକ୍ଷୟ କୁମାର ସାମଲ ସଭାପତିତ୍ୱ କରିବା ସହିତ ଅଂଶୁଘାତ ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଅଂଶୁଘାତ ଜନିତ ସଚେତନ ବାର୍ତ୍ତାର ପ୍ରଚାର ପତ୍ର ପଥଚାରୀଙ୍କୁ ବଣ୍ଟନ କରାଯାଇଥିଲା | ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଅତ୍ୟଧିକ ରୌଦ୍ରତାପ ଯୋଗୁଁ ଜନସାଧାରଣ ଦିନ ୧୧ଘଟିକା ଠାରୁ ୪ଟା ପର୍ଯ୍ୟନ୍ତ ଘରୁ ବାହାରକୁ ନଯିବା , ହାଲୁକା ଓ ଢ଼ିଲା ପୋଷାକ ପରିଧାନ କରିବା ଏବଂ ପଶୁପକ୍ଷୀ ମାନଙ୍କୁ ଜଳକୁଣ୍ଡ ସ୍ଥାପନ କରି ଜଳ ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀରାମ କମିଟିର ସଭାପତି ବିଶ୍ୱରଞ୍ଜନ ସ୍ୱାଇଁ, ବନ୍ଦେ ଉତ୍କଳ ଜନନୀ ପ୍ରାଇଭେଟ ଲିମିଟେଡ଼ ଶିଶୁଆର ନିର୍ଦ୍ଦେଶକ ଜିତେନ୍ଦ୍ର କୁମାର ପାଣିଗ୍ରାହୀ, ସାମାଜିକ କର୍ମି ସୁଶାନ୍ତ କୁମାର ପଟେଲ,କବି ଲଲାଟେନ୍ଦୁ ପଣ୍ଡା, ପଣ୍ଡିତ ମନୋଜ କୁମାର ରାଉତ, ପ୍ରତୀକ୍ଷା ସାହିତ୍ୟ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ , ଶଶିଭୂଷଣ ତ୍ରିପାଠୀ ପ୍ରମୁଖ ଯୋଗଦାନ କରି ଅଂଶୁଘାତ ଉପରେ ଆଲୋକପାତ କରିଥିଲେ । ଶେଷରେ ଅମ୍ରିତ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।
ଅଂଶୁଘାତ ଜନିତ ସଚେତନତା ଓ ଛତା ବଣ୍ଟନ କାର୍ଯ୍ୟକ୍ରମ !!!

