ଚୋରା ମାଟି ବୋଝେଇ ଟ୍ରାକ୍ଟର ଜବତ : ଦିନ ଦିପ୍ରହରେ ହେଉଛି ଚୋରା ଚାଲାଣ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଦିନ ଦି ପ୍ରହରେ ଚୋରା ବାଲି, ଚିପ୍ସ, ମୋରମ ପଥର ଖୁଲୁମ ଖୁଲା ହାଇୱା, ଟ୍ରାକ୍ଟରରେ ବିକ୍ରି ହେଉଥିବା ଖବର ପାଇ, ଆଜି ଦିନବେଳେ ଡମପଡା ବ୍ଳକ ତହସିଲଦାର ବୈଶାଖୀ ଲେଙ୍କା କିଛି ସ୍ଥାନକୁ ଅନୁସନ୍ଧାନ କରିବାକୁ ଯାଇଥିଲେ | ଖବର ପାଇ କିଛି ବାଲି ମାଫିଆ ଏବଂ ଗାଡି ମାଲିକ କିନ୍ତୁ ସଜାଗ ହୋଇ ଯାଇଥିଲେ | ବାଙ୍କୀ ଡମପଡା ଖୋର୍ଦ୍ଧା ରାଜରାସ୍ତାରେ ଗୋବିନ୍ଦପୁର ପଂଚାୟତର କଲରାଅଣ୍ଟା ବ୍ରିଜ ରାସ୍ତା ଉପରୁ ଦିନ 2ଟା 30 ମିନିଟରେ ନାଲି ମାଟି ବୋଝଇ ଟ୍ରାକ୍ଟର ଗାଡି ନମ୍ବର OD/05cc9742(3742)କୁ ଜବତ କରି ତାଳବସ୍ତ ଫାଣ୍ଡିକୁ ହସ୍ତାନ୍ତର କରିଥିଲେ | ଉକ୍ତ ଗାଡିର ଚାଳକ ରଞ୍ଜନ ଦଳେଇ ଏବଂ ମାଲିକ ହେଉଛନ୍ତି କଲରାଅଣ୍ଟା ଗ୍ରାମର ଚଗଲି ପ୍ରଧାନ ବୋଲି ତାଳବସ୍ତ ଫାଣ୍ଡୀ ଅଧିକାରୀ ଏସ କେ ସାହାବାଜାନ କହିଛନ୍ତି | ଡମପଡା ବ୍ଳକ ତହସିଲଦାର ବୈଶାଖୀ ଲେଙ୍କାକ କହିବାନୁସାରେ ଉକ୍ତ ଟ୍ରାକ୍ଟର ଗାଡିଟି ବିନା ତହସିଲ ଅନୁମତିରେ ଚୋରାରେ ବାଲି ପରିବହନ କରୁଥିବାରୁ ତାହାକୁ ଜବତ କରି ଫାଣ୍ଡୀକୁ ହସ୍ତାନ୍ତର କରାଯାଇଛି | ରାଜ୍ୟ ସରକାରଙ୍କ ଖଣି ବିଭାଗ ଅଧିକାରୀଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରା ଯାଇଅଛି | ସାମାଜିକ କର୍ମୀ ଶୁଭ୍ରାଂଶୁ ଶେଖର ମହାନ୍ତି ,ପୂଜା ପୂର୍ବରୁ ତହସିଲର ଏପରି ଗାଡି ଜବତକୁ ସ୍ବାଗତଂ କରିଛନ୍ତି | ବହୁତ ବେନାମୀ ଗାଡି ବିନା ଅନୁମତିରେ ସ୍ଥାନୀୟ ଅଂଚଳରୁ ରାଜନୈତିକ ଫ୍ରୁଷ୍ଠପୋଷକରେ ମାଟି ଖନନ କରି ବିକ୍ରି କରୁଛନ୍ତି ତେଣୁ ଏହିପରି ନିୟମିତ ତହସିଲ ଏବଂ ଖଣି ବିଭାଗ ତରଫରୁ ଜବତ କରାଯିବା ଉଚିତ |

Leave a Reply

Your email address will not be published. Required fields are marked *