କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଜୟପୁର ପେପର ମିଲ ପୁନଃ କାର୍ଯ୍ୟକ୍ଷମ ଦାବୀରେ ବାର ଘଣ୍ଟିଆ ଜୟପୁର ବନ୍ଦ l ଆଜି ବିଭିନ୍ନ ରାଜନୀତିକ ଦଳ କୋରାପୁଟ ଜିଲ୍ଲା ର ବାଣିଜ୍ୟ ପେଣ୍ଠ କୁହାଯାଉଥିବା ତଥା ଏକ ପ୍ରମୁଖ ସହର ଜୟପୁର କୁ ବାର ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ ! ଚକ ଅଖ ଠୁ ଧରିକି ସବୁକିଛି ଠପ କରି ଦିଆଗଲା ! ଜୟପୁର ପେପର ମିଲ କୁ ପୁନଃ ପ୍ରଚଳନ କରିବାକୁ ନେଇ ଆଜି ସକାଳୁ ଗାନ୍ଧୀ ଛକ ନିକଟରେ ସମସ୍ତ ରାଜନୀତିକ ଦଳ ଏକତ୍ରିତ ହୋଇକି ଏହି ବନ୍ଦ ପାଳନ କୁ ସମର୍ଥନ କରିବା ସହ ଗାଡି ମଟର ଦୋକାନ ବଜାର ବନ୍ଦ କରାଯାଇଥିଲା ! ଏପରିକି ଜୟପୁର ରୁ ଜିଲ୍ଲା ର କୌଣସି ସ୍ଥାନ କୁ ଯାନ ବହନ ଯାତାୟତ କରିବା ଦେଖା ଯାଇନଥିଲା ! ଅନ୍ୟପଟେ ଦେଖିବାକୁ ଗଲେ ଏହି ବନ୍ଦ ପାଳନ ଯୋଗୁଁ ସାଧାରଣ ଜନତା ହଇରାଣ ହରକତ ହୋଇଥିଲେ !
ଜୟପୁର ପେପର ମିଲ ପୁନଃ କାର୍ଯ୍ୟକ୍ଷମ ଦାବୀରେ ବାର ଘଣ୍ଟିଆ ଜୟପୁର ବନ୍ଦ !!!

