ବେଆଇନ ମଦ କାରବାର ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଜି ଅପରାହ୍ନରେ ଗଜପତି ପୋଲିସ ପକ୍ଷରୁ ଦୈନିକ ମାର୍କେଟ କ୍ୟାବିନ୍, PHD. ରୋଡ୍ ଏବଂ କେଉଟ ସାହିର ଏକ ବାସଭବନରେ ଏକ ସମୟରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ୧୨ଟି ଜରି ବସ୍ତାଋ ୧,୨୫୦ଟି ପାଉଚ୍‌ରେ ଥିବା ମୋଟ ୨୫୦ ଲିଟର ବେଆଇନ ମଦ ସହିତ ନଗଦ ୧,୦୨୦ ଟଙ୍କା ଜବତ କରାଯାଇଛି । ଏହି ଘଟଣାରେ ସଂପୃକ୍ତ ଥିବା ତିନିଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି, ସେମାନେ ହେଲେ ଖଞ୍ଜା ମାଦିଗା ସାହିର ପୋଲାକି କ୍ରିଷ୍ଣା (୬୧), ଏରଡେଲା ସାହିର ପିଡୁଗୁ ଦିଲେଶ୍ୱର ରାଓ (୪୦) ଏବଂ କେଉଟ ସାହିର ଜେନା ଶଙ୍କର (୩) । ଏହି ସନ୍ଦର୍ଭରେ ପାରଳାଖେମୁଣ୍ଡି ଥାନାରେ କେସ୍ ନମ୍ବର ୨୩୦, ୨୩୧ ଏବଂ ୨୩୨/୨୦୨ ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *