ତାଳବସ୍ତ ବାବା କପିଳେଶ୍ଵର ନାଟ୍ୟ ସଂସଦ ଦ୍ୱାରା ନାଟକ – ଆଖି ଭରିଗଲା ଲୁହ ଠିକଣା ମଞ୍ଚସ୍ଥ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଶେଷ ହେଲା ତାଳବସ୍ତ ରଜ ମହୋତ୍ସବ ! ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତର ରଜ ମହୋତ୍ସଚ କମିଟି ଏବଂ ବାବା କପିଳେଶ୍ୱର ନାଟ୍ୟ ସଂସଦର 12 ତମ ବାର୍ଷିକ ଉତ୍ସବ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ରଜ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଅଛି | ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ନିରଞ୍ଜନ ଉପାଧ୍ୟାୟ ଯୋଗ ଦେଇ ନାଟକ ମଞ୍ଚକୁ ଉଦଘାଟନ କରିଥିଲେ | ନାଟ୍ୟ ସଂସଦ ସଭାପତି ବିଜୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ କବିନ୍ଦ୍ର ସ୍ବାଇଁକୁ ଶ୍ରେଷ୍ଠ କଳାକାର ସମ୍ମାନ, ଗନ୍ଧର୍ବ ଭୋଇଙ୍କୁ ସେବାରତ୍ନ ସମ୍ମାନ, ନାଟକର ନିର୍ଦ୍ଦେଶକ ସୁରେଶ ଦେବତା ଏବଂ ଖୋର୍ଦ୍ଧା ଅଂଚଳର ଯୁବ ସମାଜସେବୀ ଶିବ ପ୍ରସାଦ ପତିଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ସକ୍ରିୟ ସଭ୍ୟ ମାନସ କୁମାର ମଲ୍ଲିକ ସଭା ପରିଚାଳନା କରିଥିବା ବେଳେ ସମ୍ପାଦକ ବିଶ୍ୱ ରଞ୍ଜନ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ | ମହୋତ୍ସବ ପଡିଆରେ ପାଣିପାଗ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ରଜ ତିନିଦିନରେ ମହିଳା ଓ ଝିଅଙ୍କ ଭିତରେ ରଜ ସମ୍ପର୍କିତ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯାଇ ସନ୍ଧ୍ୟା ସମୟର ସାଂସ୍କୃତିକ ମଞ୍ଚରେ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା |

Leave a Reply

Your email address will not be published. Required fields are marked *