ମାଲକାନଗିରି ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ରୋଗୀ ମୃତ୍ୟୁ କୁ ନେଇ ଉତ୍ତେଜନା l ପୁଣି ଥରେ ରାଜ୍ୟ ରେ ଡକ୍ଟର ଙ୍କୁ ଆକ୍ରମଣ ଘଟଣା ପଦାକୁ ଆସିଛି l ତାହା ପୁଣି ଖୋଦ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ! ଘଟଣାରୁ ପ୍ରକାଶ ଯେ , ମହିଳାଙ୍କୁ ସlପ କାମୁଡ଼ିବl ଘଟଣା ରେ ମୃତ ମହିଳାଙ୍କ ସଂପର୍କୀୟ ମାନେ କାଯ୍ୟରତ ଡକ୍ଟର ଙ୍କୁ ଏଥିପାଇଁ ଦାୟୀ କରିବା ସହ ମାଡ଼ ମାରିବା ଓ ମେଡିକାଲ ପରିସର ରେ ଉତ୍ତେଜନା ପ୍ରକାଶ ପାଇବା ଘଟଣା ସାରା ରାଜ୍ୟ ରେ ଚହଳ ପକାଇ ଦେଇଛି l ବାରମ୍ବାର ରୋଗୀ ଓ ଡକ୍ଟର ଙ୍କ ମଧ୍ୟରେ ଏପରି ଘଟଣା ଘଟୁଥିବା ବେଳେ ଏହାର ସମାଧାନ ପାଇଁ ବିଭାଗୀୟ କତୃପକ୍ଷ କଣ ପଦକ୍ଷେପ ନେଉଛନ୍ତି ତାହା ହିଁ ସାଧାରଣରେ ଦେଖିବାକୁ ବାକି ରହିଲା !
ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମୃତ୍ୟୁ କୁ ନେଇ ଉତ୍ତେଜନା !!!

