କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଶିଵ ବିବାହ ଉପଲକ୍ଷେ କୋରାପୁଟ ସ୍ଥିତ କଳାନିକେତନ ଠାରେ ଥିବା ଆଖଣ୍ଡମଣି ମନ୍ଦିର ଆଧ୍ୟାତ୍ମିକ ପରିବେଶରେ ପରିପୂର୍ଣ୍ଣ ! ମନ୍ଦିରରେ ଶିଵ ବିବାହ ରାତ୍ର ସମୟରେ ଅନୁଷ୍ଠିତ ହୋଇଯାଇଛି l ରୀତିନୀତି ଭାବରେ ଉଭୟ ବର ଓ କନ୍ୟା ପିତା ଯଥା କ୍ରମେ ଶିଵ ଓ ପାର୍ବତୀ ଙ୍କ ତରଫରୁ ନିଜ ନିଜ କାର୍ଯ୍ୟ ସଂପାଦିତ କରିଥିବା ବେଳେ ସରୋଜ ଶିଂ ମାଝୀ ଓ ତାଙ୍କ ସ୍ତ୍ରୀ ଅର୍ଚନା ମାଝୀ ବର ପକ୍ଷ ଓ ଲଳିତ ମୋହନ ପଟନାୟକ କନ୍ୟା ପିତା ରୂପେ ନିଜର କାର୍ଯ୍ୟ ଶେଷ କରିଥିଲେ l ପରେ ମନ୍ଦିର ପ୍ରାଙ୍ଗଣରେ ଭୋଜି ଭାତ ର ଆୟୋଜନ ହୋଇଥିଲା ! ପୂଜକ ଗୋବିନ୍ଦ ଚନ୍ଦ୍ର ଦାଶ ଓ ବିନାୟକ ପଣ୍ଡା ସମସ୍ତ ପୂଜା ନୀତି ସଂପାଦନା କରିଥିଲେ l ମନ୍ଦିର ପରିସରରେ ବହୁ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା !

