ଆନ୍ଧ୍ର ପ୍ରଦେଶର ଅଳିଆ ଆବର୍ଜନା ପକାଯାଉଛି ଓଡ଼ିଶାରେ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆନ୍ଧ୍ର ପ୍ରଦେଶର ଅଳିଆ ଆବର୍ଜନା ପକାଯାଉଛି ଓଡ଼ିଶାରେ , ଘଟଣା ବିଷୟରେ ସୂଚନା ପାଇ ପହଁଚିଲେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ! ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ପୁରୁଣାପାଟଣା ର ଅଳିଆ ଅବର୍ଜନା ଆଣି ଓଡ଼ିଶା ର ମହେନ୍ଦ୍ରତନୟା ନଦୀ ତଟରେ ପକାଯାଉଛି ! ବିଭିନ୍ନ ଘଟଣା ନେଇ ଆଗରୁ ହିଁ ଆନ୍ଧ୍ର ର କୁଦୃଷ୍ଟି ରହିଛି ଓଡ଼ିଶା ଉପରେ , ଆନ୍ଧ୍ରର ପୁରୁଣାପାଟଣା ଗ୍ରାମ ର ସଂଗୃହିତ ମଇଳା ଓ ବିଭିନ୍ନ ଅପବ୍ୟହୃତ ବିଷାକ୍ତ ବର୍ଯ୍ୟବସ୍ତୁ ପ୍ରତିଦିନ ଅଣାଯାଇ ପାରଳା ସହରକୁ ଲାଗି ରହିଥିବା ମହେନ୍ଦ୍ରତନୟା ନଦୀ ରେ ପକା ଯାଉଛି ! ଯାହାଦ୍ଵାରା ନଦୀର ପାଣି ପ୍ରଦୂଷିତ ହେବା ସହ ପରିବେଶ ଉପରେ ଏହାର କୁପ୍ରଭାବ ପଡୁଛି ! ଏହି ଖବର ପାଇ ପାରଳା ବିଧାୟକ ରୂପେସ ପାଣିଗ୍ରାହୀ ଜିଲ୍ଲାପାଳ ଙ୍କୁ ଅବଗତ କରାଇ ଆଜି ସେହି ସ୍ଥାନକୁ ଯାଇ ସ୍ଥିତି ପରଖିଛନ୍ତି । ପାରଳା ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠି ଉପସ୍ଥିତ ରହି ସ୍ଥିତି ଦେଖିଥିଲେ ! ଘଟଣାଟି ସ୍ପର୍ଶକାତର ହୋଇଥିବାରୁ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଜପତି ପ୍ରଶାସନ ତରଫରୁ ସୂଚନା ମିଳିଛି !

Leave a Reply

Your email address will not be published. Required fields are marked *