ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଯୁବବନ୍ଧୁ ଭବନ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ | ଆଦର୍ଶ ଯୁବ ପରିଷଦ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଦେଲେ ମତ – ସୁସ୍ଥ ସମାଜ ଏବଂ ନିଜକୁ ସୁସ୍ଥ ରଖିବାକୁ ହେଲେ ପ୍ରତି ପରିବାରରୁ ନିୟମିତ ଯୋଗକାର୍ଯ୍ୟ ଆରମ୍ଭ ହେବା ଉଚିତ | ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଚକାପାଦ ଗ୍ରାମସ୍ଥ ଯୁବବନ୍ଧୁ ଭବନ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ ହୋଇ ଯାଇଛି | ବାଙ୍କୀର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଆଦର୍ଶ ଯୁବ ପରିଷଦ ଆନୁକୂଲ୍ୟରେ ଏହା ଆୟୋଜିତ ହୋଇଥିଲା | ଆବାହକ ଅକ୍ଷୟ କୁମାର ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ସାଧାରଣ ସଭାରେ ଆଧ୍ୟାତ୍ମିକ ଗୁରୁ କୁମାର ଅମୀୟ (ବୁଲୁ ବାବା ), ସମାଜସେବୀ ପ୍ରଦୀପ କୁମାର ଜେନା, ଅବସର ପ୍ରାପ୍ତ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, କୁନି ଯୋଗଗୁରୁ ତେଜସ୍ୱିନୀ ଲେଙ୍କା, ବରିଷ୍ଠ ସାହିତ୍ୟିକ ଲଲାଟେନ୍ଦୁ ପଣ୍ଡା, ଶ୍ରୀରାମ କମିଟି ସଭାପତି ବିଶ୍ୱ ରଞ୍ଜନ ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ | ନିଜକୁ ସୁସ୍ଥ ରଖିବା ଏବଂ ସମାଜକୁ ଆଧ୍ୟାତ୍ମିକ ପରିବେଶ ଭିତରେ ଗତି କରିବାକୁ ହେଲେ ପ୍ରତିଦିନ ପ୍ରତି ପରିବାର ଭିତରେ ଯୋଗ କରିବା ନିହାତି ଜରୁରୀ ବୋଲି ଅତିଥି ମାନେ ନିଜ ବକ୍ତବ୍ୟରେ କହିଥିଲେ | ଆମ ପରିବାର ଚକ୍ର ଅଧ୍ୟକ୍ଷ କୁମାର ଅମୀୟ ଏବଂ କୁନି ଯୋଗଗୁରୁ ତେଜସ୍ୱିନୀ ଲେଙ୍କା ଶିବିରରେ ଯୋଗ ଦେଇଥିବା ଜନ ସାଧାରଣଙ୍କୁ ଯୋଗ ପ୍ରଶିକ୍ଷଣ କରିଥିଲେ | ଶେଷରେ ଯୋଗପାଇଁ ଏକ ସାମୁହିକ ଶପଥ ପାଠ କରାଯାଇ ପଥଚାରୀଙ୍କୁ ଯୋଗ ସମ୍ପର୍କିତ ପ୍ରାଚୀର ପତ୍ର ବଣ୍ଟନ କରାଯାଇଥିଲା | ସକ୍ରିୟ ସଭ୍ୟ ଶଙ୍କର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ |
ଯୁବବନ୍ଧୁ ଭବନ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ !!!

