ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଆଦିବାସୀ ଉନ୍ନୟନ ବିଭାଗ ର କର୍ମଚାରୀ ଦୀର୍ଘ ଦିନ ହେଲା ବଦଳି ହେଉ ନାହାନ୍ତି ! କ୍ଷେତ୍ର କର୍ମଚାରୀ ହୁଅନ୍ତୁ କିମ୍ବା ଅଫିସ କର୍ମଚାରୀ , ଦୀର୍ଘ ବର୍ଷ ହେଲା ବଦଳି ହେଉନଥିବା ସମସ୍ତଙ୍କୁ ଚକିତ କରିଛି । ସରକାର ଙ୍କ ନିୟମ ଏଠାରେ ପାଳନ ହେଉନାହିଁ । ସରକାରଙ୍କ ନିୟମ ଅନୁଯାୟୀ ତିନି ବର୍ଷ ପରେ ବଦଳି ହେବା କଥା , କିନ୍ତୁ ଏଠାରେ ଦୀର୍ଘ ବର୍ଷ ହେଲା ବଦଳି ହେଉନାହିଁ । ଏଠାରେ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି , ଲୋକଙ୍କ ସରକାର ରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି , ଗୁହାରି କାହାକୁ କରିବେ । ବିଭାଗ ସବୁ ଜାଣି ଜିଲ୍ଲା ପ୍ରଶାସନ କୁ ଅବଗତ କରୁନାହାନ୍ତି ନା ଜିଲ୍ଲା ପ୍ରଶାସନ ଜାଣିକି ବଦଳି କରୁ ନାହାନ୍ତି ।
ଦୀର୍ଘ ବର୍ଷ ଧରି ହେଉନି ଆଦିବାସୀ ଉନ୍ନୟନ ବିଭାଗର କର୍ମଚାରୀ ଙ୍କ ବଦଳି !!!

