ପାଣିଘେରରେ ଢନ୍ସର ଓମଫେଡ କେନ୍ଦ୍ର : ତିନି ଦିନ ହେଲା ଗୋଚାଷୀ କ୍ଷୀର ଦେବାରୁ ବଞ୍ଚିତ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ସମଗ୍ର ଓଡିଶାରେ ଆଜକୁ ତିନିଦିନ ହେବ ଲଗାଣ ବର୍ଷା ଲାଗି ରହିଛି |ବିଲବାଡ଼ି କୂଅ ପୋଖରୀରେ ଆବଶ୍ୟକତା ଠାରୁ ଅଧିକ ପାଣି ହେବାରୁ ଚାଷୀକୁଳ ବହୁତ ହଇରାଣ ଭୋଗିବାକୁ ପଡିଛି କିଛି ସ୍ଥାନରେ |ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ଢନ୍ସର ଗ୍ରାମରେ ଏହାର ପ୍ରଭାବ ଦେଖିବାକୁ ପଡିଛି | ପାଣି ଘେର ଭିତରେ ରହିଛି କଟକ ଦୁଗ୍ଧ ସଙ୍ଘ ଏବଂ ଓମଫେଡ଼ କ୍ଷୀର ସଂଗ୍ରହ କାର୍ଯ୍ୟଳୟଟି | କାର୍ଯ୍ୟାଳୟଟି ମୁଣ୍ଡେ ଊଂଚର ପାଣିରେ ଥିବାରୁ କୌଣସି ସରକାରୀ କାର୍ଯ୍ୟକର୍ତ୍ତା ଭିତରକୁ ଯାଇ ନ ପାରିବାରୁ ଅଫିସ ବନ୍ଦ ରହୁଛି | ଏଠାରୁ ପାଣି ନିଷ୍କାସନ ପାଇଁ ବାଙ୍କୀ ପ୍ରଶାସନ କି ପଂଚାୟତ ସରପଞ୍ଚ ଏଥିପ୍ରତି କୌଣସି ଦୃଷ୍ଟି ଦେଇ ନାହାନ୍ତି ବୋଲି ଗ୍ରାମର ତରୁଣ କୁମାର ପ୍ରଧାନ ଅଭିଯୋଗ କରିଛନ୍ତି | କିଛି ମୁଷ୍ଟିମେୟ ଲୋକ ନିଜ ବାଡ଼ିରେ ବାଟ ବନ୍ଦ କରିଦେବା ଏବଂ ପୋଖରୀ ଖୋଲିବା ଦ୍ଵାରା ମହାପର୍ବତର ସବୁ ପାଣି ଆସି ଓମଫେଡ କାର୍ଯ୍ୟଳୟ ଏବଂ ଗ୍ରାମର ରାସ୍ତାପାର୍ଶ୍ୱ ଲୋକଙ୍କ ଘରେ ମାଡ଼ ହୋଇ ରୋଡ଼ ଉପରେ ପ୍ରବାହିତ ହେଉଅଛି | ଓମଫେଡ ର ସାଧାରଣ ସମ୍ପାଦକ ସଂଜୟ କୁମାର ପ୍ରଧାନ କୁହନ୍ତି ଯେ ଦିନକୁ 800 ଲିଟର ହିସାବରେ ତିନିଦିନରେ 2400 ଲିଟର କ୍ଷୀର ଚାଷୀଙ୍କ ଠାରୁ ସଂଗ୍ରହ ହୋଇ ପାରିନାହିଁ | ଏଥିପାଇଁ ଗୋପାଳ ମାନେ ବହୁତ କ୍ଷତି ସହିଛନ୍ତି | ବର୍ଷାଦିନରେ କିପରି ଜଳ ନିଷ୍କାସନ ହେବ ତାହାର ତୁରନ୍ତ ସମାଧାନ ବାଙ୍କୀ ଡମପଡା ବ୍ଲକ ପ୍ରଶାସନ ଯଥାଶୀଘ୍ର କରିବା ଉଚିତ |ଏ ସମ୍ପର୍କରେ ଗ୍ରାମର ସରପଞ୍ଚ କୌଣସି ମତାମତ ଦେଇନାହାନ୍ତି | ବିଡ଼ିଓ ଅଂଶୁମାନ ଦାସ କହିଛନ୍ତି ଯେ, ଗଛିତ ପାଣି ତୁରନ୍ତ ନିଷ୍କାସନ ପାଇଁ ସ୍ଥାୟୀ ସମାଧାନ କରାଯିବ | ରିପୋର୍ଟ ଲେଖା ହେବା ପୂର୍ବରୁ କିଛି ସ୍ଥାନୀୟ ବ୍ୟକ୍ତି ନିଜ ଉଦ୍ୟମରେ ମୁହାଣ କରି ଡ୍ରେନକୁ ପଚାସ ଭାଗ ପାଣି ଛାଡିଛନ୍ତି |

Leave a Reply

Your email address will not be published. Required fields are marked *