ଅଣସରରେ ମହାପ୍ରଭୁ : ଆରାଧ୍ୟ ଦେଵୀ ମା ମାତlରମ ଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଅଣସରରେ ମହାପ୍ରଭୁ , ଶବର ଆରାଧ୍ୟ ଦେବତା ଙ୍କୁ ପୂଜା କଲେ ଭକ୍ତ l ଭକ୍ତ ର ଭଗବାନ ଶ୍ରୀ ଜଗନ୍ନାଥ ଏବେ ଅଣସର ଘରେ ଜ୍ୱର ରେ ପୀଡିତ ହୋଇ ଚିକିତ୍ସତ ହେଉଛନ୍ତି ! ସେପଟେ ଭକ୍ତ ବି ପ୍ରଭୁ ଙ୍କ ଦର୍ଶନ ନପାଇ ଦୁଃଖିତ , ଏମିତି ରେ ଶlବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ରେ ଦେଖିବାକୁ ମିଳିଛି କିଛି ଭାବବିହ୍ଵଳ ଦୃଶ୍ୟ l ଅନ୍ୟପଟେ ଦେଖିବାକୁ ଗଲେ ଚମ୍ଫା ବନରେ ପୂଜା ପାଉଛନ୍ତି ଶବର ମାନଙ୍କର ଆରାଧ୍ୟ ଦେଵୀ ମା ମାତlରମ ! କୁହାଯାଏ ଶବର ମାନଙ୍କ ନାମ ଅନୁସାରେ ଏହି କ୍ଷେତ୍ର ଶlବର ଶ୍ରୀକ୍ଷେତ୍ର ହୋଇଥିଲା ବେଳେ ଏବେ ଭକ୍ତ ତାଙ୍କର ଦର୍ଶନ ପାଇଁ ମନ୍ଦିର ମୁହାଁ ହୋଇଛନ୍ତି l ଏକ ପ୍ରାକୃତିକ ମନୋରମ ପରିବେଶ ମଧ୍ୟରେ ପୂଜା ପାଉଥିବା ଏହି ଠାକୁର ଓ ମନ୍ଦିର ଭକ୍ତ ଙ୍କ ପାଇଁ ଏବେ ଆଧ୍ୟାତ୍ମିକ ଶାନ୍ତି ର ମlଧ୍ୟ୍ୟମ ହୋଇଛି l କେବଳ ସେତିକି ନୁହେଁ ଏହି ଅଧିଷ୍ଠାତ୍ରୀ ଦେବୀ ଙ୍କୁ ଯିଏ ଯାହା ମନlସୀ ଥାଏ ତାହା ପୂରଣ ହୋଇଥାଏ ବୋଲି ବିଶ୍ୱାସ ଅଛି l ଆଦିବାସୀ ସଂପ୍ରଦାୟ ର ଅଧିବାସୀ ହିଁ ଏବେ ମା ଙ୍କ ପୂଜା ରେ ନିଜକୁ ସମର୍ପିତ କରିଛନ୍ତି l ବର୍ଷ ସାରା ମା ଙ୍କୁ ଦର୍ଶନ ପାଇଁ ଏଠାରେ ଭିଡ଼ ଜମୁଥିବା ବେଳେ , ପ୍ରଭୁ ଜଗନ୍ନାଥ ଅଣସର ଘରେ ଥିବା ବେଳେ ମା ଙ୍କର ଦର୍ଶନ ପାଇବା ଭକ୍ତ ଙ୍କ ପାଇଁ ଏକ ନିଆରା ଅନୁଭୂତି ଅଟେ l

Leave a Reply

Your email address will not be published. Required fields are marked *