ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ଜୀଉଙ୍କ ଶତବାର୍ଷିକ ,ସିଂହାସନ ବିଜେ ମହୋତ୍ସବ ଓ ମହନ୍ତ ଦାମୋଦର ଦାସ ମହାରାଜାଙ୍କ ପ୍ରଥମ ବାର୍ଷିକ ସ୍ମରଣ ମହୋତ୍ସବ ଉଦଯାପିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଅନ୍ତର୍ଗତ କେରାଣ୍ଡି ଗ୍ରାମ ପଞ୍ଚାୟତର ପୁରୁଣା କେରାଣ୍ଡି ଗ୍ରାମରେ ଥିବା ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ଦେବ ଜୀଉଙ୍କ ଶତ ବାର୍ଷିକ ସିଂହାସନ ବିଜେ ମହୋତ୍ସବ ଓ ମହନ୍ତ ଦାମୋଦର ଦାସ ମହାରାଜଙ୍କ ପ୍ରଥମ ବାର୍ଷିକ ସ୍ମରଣ ମହୋତ୍ସବ ଉଦଯାପିତ ହୋଇଯାଇଛି । କଳସ ଯାତ୍ରା, ଶ୍ରୀମଦ୍ ଭାଗବତ ସପ୍ତାହ ଜ୍ଞାନଯଜ୍ଞ, ଶ୍ରୀମଦ୍ ଭାଗବତ ପାରାୟଣ, ଚବିଶ ପ୍ରହର ଅଖଣ୍ଡ ହରିନାମ ସଙ୍କୀର୍ତ୍ତନ ଯଜ୍ଞ, ଠାକୁର ମାର୍ଜନା , ବାସ୍ତୁ ପୂଜା, ସିଂହାସନ ପୂଜା, ସାଧୁ ସେବା, ବ୍ରାହ୍ମଣ ସେବା ପ୍ରଭୃତି କାର୍ଯ୍ୟକ୍ରମ ଉଦଯାପିତ ହୋଇଛି !କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେସ ପାଣିଗ୍ରାହି, ଜିଲ୍ଲା ପରିଷଦ ସଭ୍ୟ ଏସ ବାଲ ରାଜୁ ପ୍ରମୁଖ ଯୋଗ ଦେଇଥିଲେ । ଶତାଧିକ ଶ୍ରଦ୍ଧାଳୁ ଭକ୍ତମାନେ ପ୍ରସାଦ ସେବନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ ସହଯୋଗ କରୁଥିବାର ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *